ରାସ୍ତାରେ ଜମୁଛି ପାଣି

କେନ୍ଦୁଝର,୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ଓ୍ବାର୍ଡର ବଡ଼ହଳ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଡିଡି କଲେଜ ରୋଡ୍‌ ଓ ଷ୍ଟେଶନ ରୋଡର ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ରାସ୍ତା ହୋଇଥିବାରୁ ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ ଏହି ରାସ୍ତାଦେଇ ଯାତାୟାତ କରିଥାନ୍ତି। ଏହି ରାସ୍ତା ପାର୍ଶ୍ୱରେ ବ୍ରାହ୍ମଣୀ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କମାରଗୋଡ଼ା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହିତ ପିଜି ହଷ୍ଟେଲ ରହିଥିବାରୁ ଛାତ୍ରୀଛାତ୍ରଙ୍କ ସମେତ ସାଧାରଣ ଲୋକଙ୍କୁ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମଖୀନ ହେବାକୁ ପଡୁଛି। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାକୁ ମରାମତି କରି ଯାତାୟାତ ଉପଯୋଗୀ କରିବା ପାଇଁ ଯୁବ ଓ ଶ୍ରମ ବିକାଶ ମଞ୍ଚ ସାଧାରଣ ସମ୍ପାଦିକା ଶୈଳବାଳା ପରଡ଼ା ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।