Posted inଜାତୀୟ

ସ୍ଥାନ ପାଇପାରନ୍ତି ୨୭ ନୂଆ ମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ପୁଣିଥରେ ଜୋର୍‌ ଧରିଛି। ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବାକୁ ଥିବା କ୍ୟାବିନେଟରେ ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁଶୀଲ ମୋଦି, ସର୍ବାନନ୍ଦ ସୋନୋଓ୍ବାଲ, ନାରାୟଣ ରାଣେ ଏବଂ ଭୂପେନ୍ଦ୍ର ଯାଦବଙ୍କ ସମେତ ୨୭ ଜଣ ସ୍ଥାନ ପାଇବା ସମ୍ଭାବନା ରହିଛି। ନୂଆ ମନ୍ତ୍ରୀ ଭାବେ ଯେଉଁମାନେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି, ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଭାଜପାରେ ସାମିଲ ହୋଇଥିବା ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଦଳର ବରିଷ୍ଠ ସାଂଗଠନିକ ନେତା ତଥା ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ, କୈଳାସ ବିଜୟଭର୍ଗୀୟ, ଭାଜପା ମୁଖପାତ୍ର ତଥା ସଂଖ୍ୟାଲଘୁ ଚେହେରା ସୟେଦ ଜାଫର ଇସ୍‌ଲାମ।
ଏହା ବ୍ୟତୀତ ତାଲିକାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ, ବିଦ୍‌ ଏମ୍‌ପି ପ୍ରୀତମ ମୁଣ୍ଡେ, ଉତ୍ତରପ୍ରଦେଶ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ, ମହାରାଜଗଞ୍ଜ ଏମ୍‌ପି ପଙ୍କଜ ଚୌଧରୀ, ବରୁଣ ଗାନ୍ଧୀ ଏବଂ ସହଯୋଗୀ ଅପ୍‌ନା ଦଳର ନେତ୍ରୀ ଅନୁପ୍ରିୟା ପଟେଲଙ୍କ ନାମ ରହିଛି। ସେହିପରି ରାଜ୍ୟ ସଭା ସଦସ୍ୟ ତଥା ଅଲ୍‌ ଇଣ୍ଡିଆ ଟେନିସ୍‌ ଆସୋସିଏଶନ ସଭାପତି ଅନିଲ ଜୈନ, ଓଡ଼ିଶା ଏମ୍‌ପି ଅଶ୍ୱିନୀ ବୈଷ୍ଣବ ଏବଂ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା, ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କ ନାଁ ତାଲିକାରେ ରହିଥିବା ଜଣାପଡ଼ିଛି। ରାଜସ୍ଥାନରୁ ୩ ଜଣ ନୂଆ ମନ୍ତ୍ରୀ ଭାବେ ସ୍ଥାନ ପାଇପାରନ୍ତି। ସେମାନେ ହେଲେ ମୋଦି କ୍ୟାବିନେଟରେ ପୂର୍ବରୁ ମନ୍ତ୍ରୀ ଥିବା ପି.ପି. ଚୌଧରୀ, ଚୁରୁ ଏମ୍‌ପି ରାହୁଲ କଶ୍ୱାନ ଏବଂ ସିକର ଏମ୍‌ପି ସୁମେଧାନନ୍ଦ ସରସ୍ବତୀ। ଏହା ବ୍ୟତୀତ ଦିଲ୍ଲୀ ଏମ୍‌ପି ମୀନାକ୍ଷୀ ଲେଖି ମଧ୍ୟ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।
ଇତିମଧ୍ୟରେ ବିହାରରେ ଚିରାଗ ପାଶ୍ୱାନଙ୍କ ବିରୋଧରେ ବିଦ୍ରୋହର ନେତୃତ୍ୱ ନେଇଥିବା ପଶୁପତି ପାରସ ଏଲ୍‌ଜେପିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସମ୍ଭାବନା ଥିଲାବେଳେ ଜେଡିୟୁରୁ ଆର୍‌.ସି.ପି. ସିଂ ଏବଂ ସନ୍ତୋଷ କୁମାରଙ୍କୁ କ୍ୟାବିନେଟରେ ନିଆଯାଇପାରେ। ସେହିପରି କର୍ନାଟକରୁ ରାଜ୍ୟ ସଭା ସଦସ୍ୟ ରାଜୀବ ଚନ୍ଦ୍ରଶେଖର, ଗୁଜରାଟ ଭାଜପା ସଭାପତି ସି.ଆର୍‌. ପାଟିଲ ଏବଂ ଅହମଦାବାଦ ଓ୍ବେଷ୍ଟ ଏମ୍‌ପି କିରୀଟ ସୋଲାକି, ହରିୟାଣାରୁ ସିର୍ସା ଏମ୍‌ପି ସୁନୀତା ଡୁଗଲ, ଲଦାଖ ଏମ୍‌ପି ଜମ୍ୟାଙ୍ଗ ସେରିଙ୍ଗ୍‌ ନାମଗ୍ୟାଲଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଆଯିବା ସମ୍ଭାବନା ରହିଛି। ରାମବିଳାସ ପାଶ୍ୱାନ, ସୁରେଶ ଅଙ୍ଗଦିଙ୍କ ପରଲୋକ ଏବଂ ଏନଡିଏରୁ ଅକାଳୀ ଦଳ ଓ ଶିବସେନା ଓହରିଯିବାରୁ କ୍ୟାବିନେଟରେ କେତେକ ମନ୍ତ୍ରୀପଦ ଖାଲି ପଡ଼ିଛି। ଅଧିକାଂଶ ମନ୍ତ୍ରୀଙ୍କୁ ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଇଛି। ସେଥିପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଆବଶ୍ୟକତା ରହିଛି। ୨୦୧୯ରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଏହା ତାଙ୍କର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri