Categories: ବାଣିଜ୍ୟ

ଆଇଟିଆର୍‌ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୧: ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ (ଆଇଟିଆର୍‌) ସ୍ଲାବ୍‌ରେ ପରିବର୍ତ୍ତନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ୨୦୨୩ ସାଧାରଣ ବଜେଟ ଅଭିଭାଷଣରେ ଏ ନେଇ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି। ଫଳରେ ଦେଶର କରଦାତାଙ୍କୁ କିଛି ପରିମାଣରେ ଆଶ୍ବସ୍ତି ମିଳିବ ବୋଲି ବଜାର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସରକାର ୨୦୨୩-୨୪ ସାଧାରଣ ବଜେଟରେ ଆୟକର ଛାଡ଼ ସୀମା ୨.୫ ଲକ୍ଷରୁ ବଢ଼ି ୫ ଲକ୍ଷ କରିପାରନ୍ତି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ , ବର୍ତ୍ତମାନ ସମୟରେ ୨.୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ି ନ ଥାଏ। ଏପରିକି ୬୦ରୁ ୮୦ ବର୍ଷର ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ରହିଛି।

Share