ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ ଏପରି ବିପର୍ଯ୍ୟୟ ଘଟିଥିଲା ଯେଉଁଥିରେ ପୃଥିବୀର ୯୦ ପ୍ରତିଶତ ଜୀବନ ସତ୍ତା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଏହାକୁ ଏଣ୍ଡ ପରମିୟାନ ବା ଗ୍ରେଟ ଡାଏଙ୍ଗ କୁହାଯାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିପର୍ଯ୍ୟୟ ସତ୍ତ୍ୱେ ପୃଥିବୀରେ ଜୀବନ ସତ୍ତା ପୁଣି ଏକ ନାଟକୀୟ ଭାବରେ ପୁନର୍ଜନ୍ମ ଲାଭ କରିଥିଲା। ଏହି ପୁନର୍ଜନ୍ମରେ ଜନ୍ମିତ ପ୍ରାଣୀମାନେ ସେମାନଙ୍କ ପୂର୍ବପୁରୁଷଙ୍କ ଅପେକ୍ଷା ଚତୁର ଥିଲେ। ଏକ ନୂତନ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।
ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ପାଲିଓଣ୍ଟୋଲୋଜିଷ୍ଟମାନଙ୍କର ଏକ ଟିମ ଜାଣିବାକୁ ପାଇଛନ୍ତି ଯେ ଗ୍ରେଟ ଡାଇଙ୍ଗ ବିପର୍ଯ୍ୟୟ ପରେ ନୂତନ ବିକଶିତ ପ୍ରାଣୀ ଜନ୍ମ ହୋଇଥିଲେ। ଏଥିରେ କୁମ୍ଭୀର ଏବଂ ପକ୍ଷୀମାନଙ୍କର ପ୍ରଜାତି ଅତି ଦ୍ରୁତ ଗତିରେ ବିକଶିତ ହୋଇଥିଲା। ଏହା ବ୍ୟତୀତ, ଶିକାରକାରୀଙ୍କଠାରୁ ରକ୍ଷା ପାଇବା ର ଅଧିକ କ୍ଷମତା ମଧ୍ୟ ପ୍ରାଣୀମାନଙ୍କଠାରେ ଆସିଥିଲା ।
ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀମାନଙ୍କଠାରେ କିଛି ପ୍ରକାରର କେଶ ଏବଂ ପର ବିକଶିତ ମଧ୍ୟ ହୋଇଥିଲା। ନୂତନ ଅଧ୍ୟୟନର ମୁଖ୍ୟ ଲେଖକ ପ୍ରଫେସର ମାଇକେଲ ବେଣ୍ଟନ କହିଛନ୍ତି ଯେ ସବୁକିଛି ଦ୍ରୁତ ଗତିରେ ଘଟିଥିଲା। ଆଜିର ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଏଥି ସହିତ ସରୀସୃପମାନଙ୍କର ପ୍ରଜାତି ମଧ୍ୟ ଭିନ୍ନ ରହିଛନ୍ତି। ସରୀସୃପମାନେ ଶୀତଳ ରକ୍ତ, ଅର୍ଥାତ୍ ସେମାନଙ୍କ ଶରୀରରେ ଅଧିକ ଉତ୍ତାପ ଉତ୍ପନ୍ନ ହୁଏ ନାହିଁ । ସେମାନଙ୍କର ଅଧିକ ଥଣ୍ଡା ସମୟରେ ବଞ୍ଚିପାରନ୍ତି ନାହିଁ ।
ସ୍ଥଳଭାଗ ସହିତ ସମୁଦ୍ର ପ୍ରାଣୀ ଜଗତରେରେ ବିକାଶ ମଧ୍ୟ ଦେଖା ଦେଇଥିଲା। ସେମାନେ ବହୁତ ଚତୁର ଏବଂ ଶକ୍ତିଶାଳୀ ହୋଇଯାଇଥିଲେ। ବିନାଶ ପୂର୍ବରୁ ସେମାନଙ୍କର ପୂର୍ବପୁରୁଷମାନେ ଦୁର୍ବଳ ଥିଲେ। ଏହି ଗବେଷଣା ପାଇଁ ବ୍ୟବହୃତ ଜୀବାଶ୍ମଗୁଡ଼ିକ ଚାଇନା୍ର ଥିଲା।