Advertisement
Categories: ଜାତୀୟ

ଜୋତାରେ ଥିଲା ସାପ: ଏସ୍‌ପିଙ୍କୁ ମାରିଲା ଚୋଟ

ପାନ୍ନା, ୧୨।୮: ମଧ୍ୟପ୍ରଦେଶ ପାନ୍ନାରେ ଏକ ଅଭାବନୀୟ ଘଟଣା ଘଟଛି। ମଙ୍ଗଳବାର ସ୍ଥାନୀୟ ଏସ୍‌ପିଙ୍କୁ ସାପ ଦଂଶନ କରିଛି। ମଙ୍ଗଳବାର ଏସ୍‌ପି ମୟଙ୍କ ଅଓ୍ବସ୍ତିି ଘରୁ କାର୍ଯ୍ୟାଳୟକୁ ବାହାରୁଥିଲେ। ସେ ଜୋତା ପିନ୍ଧିବା ସମୟରେ ଏଥିରେ ଲୁଚିଥିବା ସାପ ତାଙ୍କ ହାତକୁ ଚୋଟ ମାରିଥିଲା। ଖବର ପାଇ ପନ୍ନା ଜିଲା ହସ୍ପିଟାଲର ସିଭିଲ୍‌ ସର୍ଜନ ଡ. ବି.ଏସ୍‌ .ଉପାଧ୍ୟାୟ ମୟଙ୍କଙ୍କ ବାସଭବନରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ କରିଥିଲେ। ଜୋତାରେ ହାତ ଭର୍ତ୍ତି କରିବା ପରେ ତାଙ୍କ ହାତ ଜଳାପୋଡ଼ା କରିଥିବା ମୟଙ୍କ କହିଥିଲେ। ତେବେ ତାଙ୍କଠାରେ ସାପ ଦଂଶନର ଲକ୍ଷଣ ପ୍ରକାଶ ପାଇ ନ ଥିବାରୁ ପରବର୍ତ୍ତୀ ପରୀକ୍ଷା ପାଇଁ ତାଙ୍କୁ ଜବଲପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏସ୍‌ପିଙ୍କୁ ୪୮ ଘଣ୍ଟା ଅବଜରବେଶନରେ ରଖାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share