ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ ଟୁକୁନୀ ସାହୁ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବରଗଡ଼ ଜିଲା ପଦ୍ମପୁରରେ ଝଡ଼ ସୃଷ୍ଟି ହୋଇଛି। ଉକ୍ତ ସଭାରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ସାହୁ ଟିଟିଲାଗଡ଼ ପରିବର୍ତ୍ତେ ପ୍ରଥମେ ଯଦି ପଦ୍ମପୁର ଜିଲା ଘୋଷଣା ହୋଇଥାନ୍ତା ତେବେ ସେ ଭାବିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ନିଜର ଇସ୍ତଫାପତ୍ର ଦେଇଥାନ୍ତେ। ଟୁକୁନୀଙ୍କ ଏଭଳି ମନ୍ତବ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହା ଏବେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଟୁକୁନୀଙ୍କ ଇସ୍ତଫା ଧମକ କାରଣରୁ କୁଆଡେ ପଦ୍ମପୁର ଜିଲା ଘୋଷଣା ବନ୍ଦ ହୋଇଗଲା କି ବୋଲି ଆଲୋଚନା ଆରମ୍ଭ ହୋଇଛି। ମନ୍ତ୍ରୀ ଟୁକୁନୀଙ୍କ ଇସ୍ତଫା ଧମକ ଯୋଗୁ ମୁଖ୍ୟମନ୍ତ୍ରୀ ବାଧ୍ୟହୋଇ ପଦ୍ମପୁର ଜିଲା ଘୋଷଣାକୁ ବନ୍ଦ କରିଦେଲେ କି ବୋଲି ପଦ୍ମପୁର ଲୋକେ ଆଲୋଚନା ଆରମ୍ଭ କରିଛନ୍ତି। ଗତ ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ପଦ୍ମପୁର ଜିଲା ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇଥିଲେ। ତେବେ ପରେ ବିଭିନ୍ନ କାରଣରୁ ପଦ୍ମପୁର ଜିଲା ଘୋଷଣା ହୋଇ ନ ଥିଲା। ଏବେ ନିର୍ବାଚନୀ ସଭାରେ ମନ୍ତ୍ରୀ ଟୁକୁନୀଙ୍କ ମନ୍ତବ୍ୟ ଓ ଭିଡିଓ ଭାଇରାଲ ହେବା ପରେ ଜିଲା ଗଠନ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଏ ସଂକ୍ରାନ୍ତରେ ଶନିବାର ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ତରଫରୁ ଆବାହକ ଅଜିତ ଶତପଥୀଙ୍କ ନେତୃତ୍ୱରେ ପଦ୍ମପୁର ବାର୍‌ ଆସୋସିଏଶନ କାର୍ଯ୍ୟାଳୟରେ ପଦ୍ମପୁରର ସମସ୍ତ ଅନୁଷ୍ଠାନକୁ ନେଇ ଏକ ବୈଠକ ହୋଇ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହିତ ଏକ ଶୋଭାଯାତ୍ରାରେ ବାହାରି ପଦ୍ମପୁର ଭେଉଁରିଆ ଛକରେ ଟୁକୁନୀ ସାହୁଙ୍କ କୁଶପୁତ୍ତଲିକା ଦାହ କରାଯାଇଥିଲା। ଏଥିରେ ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ବାର୍‌ ସଭାପତି ଆନନ୍ଦ ପଣ୍ଡା, ନାଗରିକ କମିଟି ସଭାପତି ରାମଚନ୍ଦ୍ର ତ୍ରିପାଠୀ, ବ୍ରାହ୍ମଣ ସମାଜରୁ ଜୟ ନାରାୟଣ ତ୍ରିପାଠୀଙ୍କ ସମେତ ପ୍ରମୁଖ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲାଗି କାଜୁ ଫସଲ ନଷ୍ଟ

କୋକସରା,୬ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ନିକଟରେ ଥିବା କାଜୁ ଜଙ୍ଗଲ ସମେତ ଆଖପାଖ ଚାଷଜମିରେ ଗୁରୁବାର ନିଆଁ...

ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ବର,୬।୩: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ଜଷ୍ଟିସ...

ଛତିଶଗଡ଼ରେ ମାଓବାଦୀ ଅପରେଶନ: କ୍ୟାମ୍ପରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ମାଲକାନଗିରି,୬ା୩(ଗୌରୀଶଙ୍କର ପଣ୍ଡା): ଛତିଶଗଡ ସୁକ୍‌ମା ଜିଲାରେ ଯବାନମାନେ ମାଓ କ୍ୟାମ୍ପ ଉପରେ ଚଢାଉ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସୁକ୍‌ମା ଜିଲା ଚିନ୍ତାଲନାର...

ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, ଭୁବନେଶ୍ୱର ଏୟାରଲିଫ୍ଟ

ରାୟଗଡ଼ା/ମୁନିଗୁଡ଼ା,୬।୩(ଆଶିଷ ରଞ୍ଜନ ପଣ୍ଡା/ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର...

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ, ବ୍ୟାଙ୍କ କର୍ମଚାରୀ ଗିରଫ

ଭୁବନେଶ୍ୱର,୬ା୩(ସୂର୍ଯ୍ୟକାନ୍ତ ବେହେରା): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ଇନ୍‌ଫୋସିଟି ପୋଲିସ ଜଣେ ଯୁବକଙ୍କୁ...

ବଡ଼ ଖବର: ମାର୍ଚ୍ଚ ୮-୯ରେ ହେବାକୁ ଥିବା ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୬।୩: ମାର୍ଚ୍ଚ ୮ ଏବଂ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍‌ ବି ପରୀକ୍ଷା ସ୍ଥଗିତ କରାଯାଇଛି। । OPRB ଦ୍ୱାରା ହେବାକୁ ଥିବା...

ବାଇକ ଧକ୍କାରେ ବୃଦ୍ଧ ଗୁରୁତର: ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତାରୋକୋ

ଦିଗପହଣ୍ଡି,୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟାରେ ଏକ ବାଇକ...

ନୂଆ ଆପରାଧିକ ଆଇନ ସଚେତନତା: ବହୁସଂଖ୍ୟାରେ ଜନସାଧାରଣଙ୍କ ଯୋଗଦାନ

ଲାଞ୍ଜିଗଡ଼,୫ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଥାନା ପକ୍ଷରୁ ଥାନାଧିକାରୀ ଜିତେନ୍ଦ୍ର କୁମାର ବିଶାଳଙ୍କ ସଭାପତିତ୍ୱରେ ଛତ୍ରପୁର ପଞ୍ଚାୟତ ଅଧିନସ୍ଥ ମସ୍କI...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image