Categories: ଜାତୀୟ

ସମୟ ଥିଲା ଭାଜପାରେ ଥିଲେ ମମତା, ବାଜପେୟୀଙ୍କ ଏହି ଜିଦ୍‌ ଆଗରେ ହାର୍‌ ମାନି ହୋଇଥିଲେ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ଅଛନ୍ତି। ୨୦୧୧ରେ ବାମପନ୍ଥୀ ଦଳକୁ କ୍ଷମତାରୁ ହଟାଇ ମମତା ବାନାର୍ଜୀ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଛନ୍ତି। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଏବେ ମମତାଙ୍କ ସହ ଭାଜପାର ସିଧା ଟକ୍କର ଚାଲିଛି। ଏକଦା ଦିଦି ସେହି ଦଳର ଅଂଶବିଶେଷ ଥିଲେ। କେବଳ ଏତିକି ନୁହେଁ, ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ମମତାଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଥିଲା। ଥରେ, ବାଜପେୟୀ ଜିଙ୍କ ଜିଦ ଆଗରେ ହାର ମାନି ମମତା ମନ୍ତ୍ରୀ ହୋଇଥିଲେ।
୧୯୯୯ରେ ମମତା ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)ରେ ଯୋଗ ଦେଇଥିଲେ ଏବଂ ତାଙ୍କୁ କେନ୍ଦ୍ର ରେଳ ମନ୍ତ୍ରୀ କରାଯାଇଥିଲା। ୨୦୦୧ରେ ତେହେଲ୍କା ବିବାଦ ପରେ ସେ ଏନଡିଏ ସରକାର ଛାଡି ନେଇଥିଲେ କିନ୍ତୁ ୨୦୦୪ରେ ପୁଣି ଥରେ ମିଳିତ ମେଣ୍ଟରେ ଯୋଗ ଦେଇଥିଲେ ଏବଂ କୋଇଲା ଏବଂ ଖଣି ମନ୍ତ୍ରଣାଳୟର ପଦବୀରେ ରହିଥିଲେ ଏବଂ ସେହି ବର୍ଷ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ଯେତେବେଳେ ମମତା ବାନାର୍ଜୀ ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଦିଲ୍ଲୀ ଡାକିଥିଲେ। ଏକ ସାକ୍ଷାତକାରରେ ଦିଦି ନିଜେ ଏହା ପ୍ରକାଶ କରିଛନ୍ତି। ମମତା କହିଛନ୍ତି ଯେ, ଯେତେବେଳେ ସେ ଦିଲ୍ଲୀରେ ପହଞ୍ଚିଥିଲେ ସେତେବେଳେ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଇସ୍ତଫା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ। ଅଟଳ ଜୀ ମମତାଙ୍କୁ ସରକାରରେ ରହିବାକୁ କହିଥିଲେ। ଏହା ଉପରେ ମମତା କହିଥିଲେ ଯେ, ସେ ଏହା କରିପାରିବେ ନାହିଁ। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ଜି ଜିଦ ଧରିଥିଲେ। ସେ କହିଥିଲେ ଯେ ତୁମେ (ମମତା) ସରକାରକୁ ନ ଫେରିବା ପର୍ଯ୍ୟନ୍ତ ମୁଁ ଖାଇବି ନାହିଁ। ଏହାପରେ ମମତା ଅଟଳ ଜୀଙ୍କ ଜିଦ୍‌ ଆଗରେ ହାର ମାନି ମନ୍ତ୍ରୀ ପଦ ତୁଲାଇଥିଲେ।

Share