Categories: ଜାତୀୟ

ଟ୍ରେନ୍‌ରେ ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତଙ୍କ ବିରୋଧରେ ସାମ୍ପ୍ରଦାୟିକ ଶତ୍ରୁତା ଧାରା ଲାଗିଲା

ମୁମ୍ମାଇ,୮ା୮:ଜୟୁପର-ମୁମ୍ବାଇ ସୁପରପାଷ୍ଟ ଏକ୍ଟପ୍ରେସରେ ଗତମାସ ୩୧ରେ ଆରପିଏଫ କନଷ୍ଟେବଳ ଚେତନ ସିଂ ତାଙ୍କ ସିନିୟର ଅଫିସର ଏଏସଆଇ ଟିକାରାମ ମୀନାଙ୍କ ସମେତ ଚାରିଜଣଙ୍କୁ ଗୁଳିମାରି ହତ୍ୟା କରିଥିଲେ। ତାଙ୍କ ବିରୋଧରେ ଏବେ ସାମ୍ପ୍ରଦାୟିକ ଶତ୍ରୁତା ଉସୁକାଇବା ଭଳି ଧାରା ଲାଗିଥିବା ରେଳବାଇ ପୋଲିସ ମୁମ୍ବାଇର ବୋରିଓ୍ବଲି କୋର୍ଟକୁ ଜଣାଇଛି। ଘଟଣାଦିନର ଭାଇରାଲ ଭିଡିଓ ଅନୁସାରେ ଧାରା ୧୫୩ଏ ତାଙ୍କ ବିରୋଧରେ ଲାଗିଛି। ଘଟଣାବେଳେ ଜଣେ ଯାତ୍ରୀ ଏହି ଭଡିଓ ଉତ୍ତୋଳନ କରିଥିଲେ, ଯେଉଁଥିରେ ଚେତନ ଆପତ୍ତିଜନକ ମନ୍ତବ୍ୟ ଦେଉଥିବାର ପ୍ରଦର୍ଶନ ହୋଇଥିଲା।

Share