Posted inଜାତୀୟ

ହୋଟେଲରେ ଛକିଥିଲା ମୃତ୍ୟୁ

ଭୁଜ୍‌,୨୮ା୮: ପ୍ରବାସୀ ଭାରତୀୟ କିଷନ ହାଲାଇ ଓ ତାଙ୍କର ୨୫ ବର୍ଷୀୟା ଭାବୀ ସ୍ତ୍ରୀ ରୁପାଲ ଭେକରିଆ ରବିବାର ମୁମ୍ବାଇରୁ ବିମାନ ଯୋଗେ ନାଇରୋବି ଯିବାର ଥିଲା। ହେଲେ ଭାଗ୍ୟ କିଛି ଅଲଗା ଚାହୁଁଥିଲା। ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନ ଛାଡ଼ିବା ସମୟରେ ପରିବର୍ତ୍ତନ କରିବାରୁ ଏହି ଯୋଡ଼ି ସାନ୍ତାକ୍ରୁଜ୍‌ସ୍ଥିତ ଗାଲାକ୍ସି ହୋଟେଲରେ ରହିଥିଲେ। ଉକ୍ତ ହୋଟେଲରେ ସେମାନଙ୍କ ପାଇଁ ମୃତ୍ୟୁ ଯେପରି ଛକି ରହିଥିଲା। ରବିବାର ଅପରାହ୍ନରେ ହୋଟେଲରେ ନିଆଁ ଲାଗିଯିବାରୁ କିଷନ(୨୮), ରୁପାଲ ଏବଂ କାନ୍ତିଲାଲ୍‌ ଭାରା(୫୦) ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ରୁପାଲଙ୍କ ମାଆ ମଞ୍ଜୁଳାବେନ୍‌(୪୯), ଭଉଣୀ ଆଲ୍‌ଫା (୧୯) ଏବଂ ଆସଲାମ ଶେଖ୍‌ (୪୮) ନାମକ ଅନ୍ୟ ଜଣେ ବ୍ୟକ୍ତି ନିଆଁରେ ପୋଡ଼ିହୋଇ ଆହତ ହୋଇଛନ୍ତି। କିଷନ ଏବଂ ରୁପାଲ ବହୁବର୍ଷ ହେଲା ନାଇରୋବିରେ ରହୁଥିଲେ। ସେମାନଙ୍କ ପୈତୃକ ଘର ଗୁଜରାଟର ରାମ୍ପାର ଗ୍ରାମରେ ଏବେ ବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକ୍‌ଷ୍‌ଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ...

ଆଜି ବି’ ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ, ୨୬/୧୧

ମୁମ୍ବାଇ,୨୬।୧୧: ଆଜି ବି’ ମନେପଡିଲେ ଲୋମ ଟାଙ୍କୁରି ଉଠେ। ଆତଙ୍କବାଦୀଙ୍କ ସଂହାରଲୀଳା। ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳି ଥିଲେ ରକ୍ତର ହୋଲି। ପାକିସ୍ତାନୀ...

ମୁଖ୍ୟମନ୍ତ୍ରୀ ରେସ୍‌ରୁ ଓହରିଲେ ଶିନ୍ଦେ! ନିଜ ସମର୍ଥକଙ୍କୁ କଲେ ଏମିତି ନିବେଦନ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଫଳାଫଳର ତିନି ଦିନ ପରେ...

ସଂସଦର ମଞ୍ଚରେ ଥିଲେ ମୋଦି, ଖାର୍ଗେ, ହେଲେ କାହିଁକି ହଡବଡେଇ ଗଲେ ରାହୁଲ?

ନୂଆଦିଲ୍ଲୀ,୨୬।୧୧: ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ନଭେମ୍ବର ୨୫ରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ମଙ୍ଗଳବାର ହେଉଛି ସମ୍ବିଧାନ...

ରାହୁଲଙ୍କ ସହ ମୁଁ ତର୍କ କରିବାକୁ ଚାହୁଁନାହିଁ…, କାହିଁକି ଏମିତି କହିଲେ ପୂର୍ବତନ ସିଜେଆଇ

ନୂଆଦିଲ୍ଲୀ,୨୬।୧୧: ନିକଟରେ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଅବସର ନେଇଥିବା ଡିଓ୍ବାଇ ଚନ୍ଦ୍ରଚୁଡ଼ ବର୍ତ୍ତମାନ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ନ୍ୟୁଜ ଏଜେନ୍ସି...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ଏହି ସମୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେ ଇସ୍ତଫା ଦେଇଛନ୍ତି।...

ହେମନ୍ତ ସୋରେନଙ୍କୁ ଲାଗିଲା ବଡ଼ ଝଟ୍‌କା

ରାଞ୍ଚି,୨୬।୧୧: ଇଡି ସମନକୁ ଅବମାନନା କରିବା ମାମଲାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିର ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟଙ୍କଠାରୁ ଏକ ଝଟ୍‌କା ପାଇଛନ୍ତି। ଏହି ମାମଲାରେ...

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନ୍‌ଭିସ୍‌! ଜାଣନ୍ତୁ କ’ଣ ରହିଛି ସମୀକରଣ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ମହାୟୁତି ଗଠବନ୍ଧନରେ ବିବାଦ ଲାଗି ରହିଛି। ତେବେ ବିଧାନସଭା ନିର୍ବାଚନର ଫଳାଫଳରୁ ଏହା ସ୍ପଷ୍ଟ ଜଣାପଡୁଛି, ଭାଜପା ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri