କୁଟଲାରୀରେ ସପ୍ତାହେ ହେଲା ମିଳୁ ନ ଥିଲା ପାଣି, ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ପ୍ରଶାସନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟୁଲାରୀଗାଁରେ ଗତ ଏକ ସପ୍ତାହ ହେଲା ପିଇବା ପାଣିର ସମସ୍ୟା ଦେଖାଦେଇଛି। ପାହାଡ଼ରୁ ଆସୁଥିବା ଝର ପାଣି ଶୁଖିଯାଇଥିବାରୁ ଆଉ ଗାଁ ଲୋକଙ୍କୁ ପାଣି ମିଳୁନି। ସେପଟେ ପ୍ରାୟ ୭ଟି ନଳକୂପ ରହିଥିବା ବେଳେ ଅଧାରୁ ଊର୍ଦ୍ଧ୍ୱ ନଳକୂପ ଅଚଳ ରହିଥିବା ଓ ଯେଉଁ ନଳକୂପରୁ ପାଣି ବାହାରୁଛି, ତାହା ମଧ୍ୟ ଗୋଳି ପାଣି।

ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଏକ ଟିମ୍‌ ନଳକୂପ ମରାମତି କରିବାକୁ କୁଟଲାରୀ ଗ୍ରାମରେ ପହଞ୍ଚିଛନ୍ତି। ତେବେ ଉକ୍ତ ମରାମତି ଟିମ୍‌ ସେଠାରେ ଚାଲୁ ରହିଥିବା ନଳକୂପରୁ ପାଣି ନମୁନା ସଂଗ୍ରହ କରି ନେଇଛନ୍ତି। ପରୀକ୍ଷା ପରେ ସୋମବାର ଯେଉଁ ନଳକୂପ ପାଣିର ମାନ ଭଲ ଥିବ ସେଗୁଡିକୁ ମରାମତି କରାଯିବ। ଯାହାର ମାନ ଖରାପ ଥିବ ଓ ଲୌହଯୁକ୍ତ ଥିବ ତାକୁ ମରାମତି କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗାଁର ଥିବା ସମସ୍ୟାଗୁଡିକ ତଥା ପିଇବା ପାଣି, ସାହିକୁ ରାସ୍ତା ନିର୍ମାଣ, ଷ୍ଟ୍ରିଟ୍‌ଲାଇଟ୍‌ ବ୍ୟବସ୍ଥା ଚାଲୁ କରାଇବା ଆଦିର ସମାଧାନ କରାଯିବ ବୋଲି ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image