Categories: ଜାତୀୟ

କଂଗ୍ରେସ ମଧ୍ୟରେ ନ ଥିଲା ଇଚ୍ଛାଶକ୍ତି, ଆମେ ବଦଳାଇଲୁ ଦେଶର ଚିତ୍ର: ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ଦ୍ୱାରକା,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଉଦଘାଟନ କରିଥିଲେ। ଏହା ପରେ, ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ମୁଁ ଗଭୀର ସମୁଦ୍ର ଭିତରକୁ ଯାଇ ପ୍ରାଚୀନ ଦ୍ୱାରକା ଜୀଙ୍କର ଦର୍ଶନ ପାଇଛି।

କଂଗ୍ରେସକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ମଧ୍ୟ ସେହି ଦିନ ଦେଖିଛୁ ଯେତେବେଳେ ସୌରାଷ୍ଟ୍ରର ଲୋକମାନେ ପ୍ରତ୍ୟେକ ବୁନ୍ଦା ଜଳ ପାଇଁ ସଂଘର୍ଷ କରୁଥିଲେ। ଯେତେବେଳେ ମୁଁ କହିଥିଲି ଯେ ବର୍ଷସାରା ଜଳ ଥିବା ନଦୀର ଜଳ, ଯଦି ସୌରାଷ୍ଟ୍ର ଏବଂ କଚ୍ଛକୁ ଅଣାଯାଏ ତେବେ ସମସ୍ୟାର ସମଧାନ ହେବ ହେଲେ ସେତେବେଳେ ମୋତେ କଂଗ୍ରେସ ପରିହାସ କରୁଥିଲେ, କିନ୍ତୁ ଆଜି ସାଉନି ଯୋଜନା ସୌରାଷ୍ଟ୍ରର ଭାଗ୍ୟକୁ ବଦଳାଇ ଦେଇଛି। ୧୩୦୦ କିଲୋମିଟରରୁ ଅଧିକ ଲମ୍ବା ପାଇପଲାଇନ ସ୍ଥାପନ କରାଯାଇଛି, ଯାହା ଏତେ ପ୍ରଶସ୍ତ ଯେ ଏକ କାର ଏହା ଦେଇ ଯାଇପାରେ, ଶହ ଶହ ଗାଁରେ ଜଳ ବର୍ତ୍ତମାନ ପହଞ୍ଚିଛି।
ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପୂର୍ବ ସରକାରରେ ଅନେକ ଘୋଟାଲା ହୋଇଥିଲା। ଆପଣ ମୋତେ ୨୦୧୪ ରେ ଦିଲ୍ଲୀର ସିଂହାସନରେ ସ୍ଥାପନ କରିଥିଲେ, ଯାହା ପରେ ଦେଶ ବିକାଶ ପଥରେ ଗତି କରିବା ଆରମ୍ଭ ହୋଇଥିଲା। ପୂର୍ବ ସରକାରରେ ଇଚ୍ଛାଶକ୍ତି ନ ଥିଲା। ହଁ, ଚାରୋଟି ଦିଗରେ ନିର୍ମାଣ କାର୍ଯ୍ୟ ଚାଲିଛି।

Share