ବିଧାୟକ ପ୍ରାର୍ଥୀ ହେଲେ ବିରୋଧ ଥୟ

କୁଚିଣ୍ଡା,୨୦ା୨(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀକୁ ଦେଖିଲେ ୨୦୦୯ରେ ସୀମା ପୁନର୍ନିଦ୍ଧାରଣ ହେବାଠାରୁ ଏଠାରେ କୌଣସି ନେତା ଦ୍ୱିତୀୟ ଥର ଜିତିପାରି ନାହାନ୍ତି। ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନରୁ ୨୦୦୯ରେ କଂଗ୍ରେସର ରାଜେନ୍ଦ୍ର କୁମାର ଛତ୍ରିଆ, ୨୦୧୪ରେ ଭାଜପାର ରବିନାରାୟଣ ନାଏକ ଓ ୨୦୧୯ରେ ବିଜେଡିରୁ କିଶୋର ଚନ୍ଦ୍ର ନାଏକ ବିଧାୟକ ହୋଇଥିଲେ। କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଥିବା କିଶୋର ୨୦୧୯ ନିର୍ବାଚନ ପୂର୍ବରୁ ଭାଜପାରୁ ଆସି ବିଜେଡି ଟିକେଟରେ ଲଢ଼ିଥିଲେ। ସେ ମାତ୍ର ୩,୫୦୮ଖଣ୍ଡ ଭୋଟ ବ୍ୟବଧାନରେ ଭାଜପାର ରବିନାରାୟଣ ନାଏକଙ୍କୁ ପରାଜିତ କରିଥିଲେ। ହେଲେ ବିଧାୟକ ହେବା ପରଠାରୁ ତାଙ୍କୁ ଦଳୀୟ ଅସନ୍ତୋଷର ଶିକାର ହେବାକୁ ପଡୁଛି। ଗତ କିଛିଦିନ ହେବ ଦଳୀୟ ଗୋଷ୍ଠୀ କନ୍ଦଳ ସେଠାରେ ତୀବ୍ର ରୂପ ନେଇଛି। ଆଗାମୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଗଲେ ଖୋଲାଖୋଲି ଭାବେ ତାଙ୍କୁ ବିରୋଧ କରାଯିବ ବୋଲି ଥୋକେ କହୁଥିବା ଶୁଣିବାକୁ ମିଳୁଛି। କୁହାଯାଉଛି ଠିକା କାମକୁ ନେଇ ଜମନକିରା ବ୍ଲକରେ ଜଣେ ସମିତିସଭ୍ୟଙ୍କୁ ଜେଲ ପଠାଇବା, କୁଲୁଣ୍ଡିଠାରେ ତାଙ୍କୁ ବିରୋଧ କରାଯିବାରୁ କର୍ମୀଙ୍କ ମଧ୍ୟରେ ହାତାହାତି ହେବା, କେଶାଇବାହାଲ ପଞ୍ଚାୟତ ବୈଠକରେ ବିରୋଧ ଏବଂ କୁଚିଣ୍ଡାରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଭାରେ ଅସନ୍ତୁଷ୍ଟଙ୍କ ପକ୍ଷରୁ ବିରୋଧ କରାଯିବା କିଶୋରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏପରି କି ବିଧାୟକଙ୍କ ଅନୁପସ୍ଥିତିରେ ଅସନ୍ତୁଷ୍ଟ ଗୋଷ୍ଠୀ ରକ୍ତଦାନ ଶିବିର ଆୟୋଜନ କରିବା ସହ ବନ୍ଧୁମିଳନ ନାମରେ ବିଭିନ୍ନ ବ୍ଲକରେ କାର୍ଯ୍ୟକ୍ରମ କରାଯିବା ଦଳୀୟ ଅସନ୍ତୋଷକୁ ପଦାରେ ପକାଇଛି।
ଆଲୋଚନା ହେଉଛି, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ)ର ପୂର୍ବତନ ସଭାପତି ତଥା ଓଡ଼ିଶା କେନ୍ଦୁପତ୍ର ସଂଘ ସଭାପତି ଥିବା ବିଜୟ କୁମାର ମହାନ୍ତିଙ୍କ ହାତରେ ଏକ ବଡ଼ ଭୋଟ ବ୍ୟାଙ୍କ ରହିଛି। କେନ୍ଦୁପତ୍ର ସଂଘକୁ ବିଧାୟକ କିଶୋର ଅଣଦେଖା କରୁଥିବାରୁ ଏଠାରୁ ସେ ପୁଣି ପ୍ରାର୍ଥୀ ହେଲେ ତାଙ୍କୁ ବିରୋଧ କରାଯିବ ବୋଲି ବିଜୟ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି। ଏଭଳି ସମୟରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଏବଂ ବର୍ତ୍ତମାନ କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ଭୁବନେଶ୍ୱର କିଷାନ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିସହିତ ବିଜେଡିରୁ ଟିକେଟ ଆଶାୟୀଙ୍କ ମଧ୍ୟରେ ମନୋରଞ୍ଜନ ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଯୁବନେତା ମହେନ୍ଦ୍ର ବାଘ ଏବଂ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ ସଭାପତି ଶୋଭାରାମ ପଧାନ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସିଛି। ବର୍ତ୍ତମାନର ବିଧାୟକଙ୍କୁ ବହୁ ଆଡ଼ୁ ବିରୋଧ କରାଯାଉଥିବାରୁ କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ନୂଆ ମୁହଁ ଦେଲେ ନିର୍ବାଚନରେ ବିଜୟ ହେବାର ଅଧିକ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି।
ଭାଜପା ରାଜ୍ୟ ଉପସଭାପତି ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାଏକ କୁଚିଣ୍ଡାରୁ ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ୨୦୧୯ ନିର୍ବାଚନ ରଣନୀତିରେ ହୋଇଥିବା ତ୍ରୁଟିକୁ ସୁଧାରି ସଙ୍ଗଠନ ସଜାଡ଼ିବାରେ ରବିନାରାୟଣ ଲାଗିପଡ଼ିଛନ୍ତି। ତୃଣମୂଳ ସ୍ତରରେ ତାଙ୍କର ଲୋକ ସମ୍ପର୍କ ଭଲ ରହିଥିବା ନେଇ ଆଲୋଚନା ହେଉଥିବାରୁ ଭାଜପା ସେଠାରେ ଶାସକ ଦଳକୁ କଡ଼ା ଟକ୍କର ଦେଇପାରେ ବୋଲି କଥା ଉଠିଲାଣି। ମନେପକାଇ ଦିଆଯାଇପାରେ ଯେ, ବିଧାୟକ କିଶୋର ଚନ୍ଦ୍ର ନାଏକ ଓ ବିଜେଡି ଟିକେଟ ପାଇବାକୁ ଆଶା ବାନ୍ଧିଥିବା ଭୁବନେଶ୍ୱର କିଷାନ ଉଭୟେ ଭାଜପାରୁ ଆସିଥିଲେ। ଶାସକ ଦଳରୁ ଯିଏବି ଟିକେଟ ପାଆନ୍ତୁ ନା କାହିଁକି ସିଧାସଳଖ ଭାଜପା ପ୍ରାର୍ଥୀ ରବିନାରାୟଣ ନାଏକଙ୍କ ସହ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।
ଓ ଭାଜପା ଭଳି କଂଗ୍ରେସ ସଙ୍ଗଠନ ସେଭଳି ସୁଦୃଢ଼ ନ ଥିଲେ ମଧ୍ୟ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ବ୍ୟକ୍ତିଗତ ଭାବେ ଲୋକଙ୍କ ସହ ପରିଚୟ ଥିବାରୁ ସେ ଏଥର ଉତ୍ତମ ପ୍ରଦର୍ଶନ କରିବେ ବୋଲି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକମାନେ କହୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଟିକେଟ ଆଶାୟୀ ରାଜେନ୍ଦ୍ର ନିଜ ହିସାବରେ ସମ୍ପର୍କ ବଢ଼ାଇ ଚାଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri