Categories: ଜାତୀୟ

ରାଜନୀତିରେ ମଧୁରତା ଥିଲା, ହେଲେ ଏବେ ନାହିଁ: ମମତା

କୋଲକାତା,୨୩।୧: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜନ୍ମ ବାର୍ଷିକୀ। ଯାହାକୁ ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କୁ ମନେ ପକାଇ କହିଛନ୍ତି ଯେ, ନେତାଜୀଙ୍କ ପରିବାର ସହ ଆମର ଏକ ବିଶେଷ ସମ୍ପର୍କ ରହିଛି। ଏଥିସହ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସେହି ସମୟରେ ନେତାଜୀ ସ୍ବରାଜ ଦ୍ୱୀପରେ ତ୍ରିରଙ୍ଗା ଉଡାଇଥିଲେ। ହେଲେ ଆଜି କିଛି ଲୋକ ନାମକରଣ କରୁଛନ୍ତି। ବାସ୍ତବରେ, ନେତାଜୀଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ଏବଂ ନିକୋବରର ୨୧ଟି ବଡ଼ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରିଛନ୍ତି। ମମତା ଆହୁରି କହିଛନ୍ତି, ପୂର୍ବରୁ ରାଜନୀତିରେ ମଧୁରତା ଥିଲା, ଗର୍ବ ଥିଲା, ଯୁଦ୍ଧ ଥିଲା, ସମ୍ମାନ ଥିଲା ହେଲେ ଏବେ ନାହିଁ। ବର୍ତ୍ତମାନ କୌଣସି ବିଶ୍ୱସନୀୟତା ନାହିଁ, ସତ୍ୟତା ନାହିଁ। ଆଜି ଦେଶ ଅତ୍ୟନ୍ତ ଅସହାୟ ହୋଇପଡିଛି ବୋଲି ମମତା କହିଛନ୍ତି।

Share