କାଏମ ରହିଲା ୧୪ ନାମାଙ୍କନ

ଝାରସୁଗୁଡ଼ା ଅଫିସ,୧୩ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର ଉପଜିଲାପାଳ ଦୟାମୟ ପାଢୀ କହିଛନ୍ତି। ଆସନ୍ତା ୧୭ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଥିବାବେଳେ ତା’ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନାମାଙ୍କନପତ୍ର କାଏମ ଥିବା ପ୍ରାର୍ଥୀମାନେ ହେଲେ ବିଜେଡିର ଅଳକା ମହାନ୍ତି, ଭାଜପାର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, କଂଗ୍ରେସର ପୂର୍ବତନ ବାଚସ୍ପତି କିଶୋର ପଟେଲ, ସିପିଆଇର ରମେଶ ତ୍ରିପାଠୀ, ଓଡ଼ିଶା ଜନତା ପାର୍ଟିରୁ ମନୋଜ ପ୍ରଧାନ, ହିନ୍ଦୁସ୍ଥାନ ନିର୍ମାଣ ଦଳର ବିଜୟ ଜଲାନ୍‌, ବିଜେଡି ଅସନ୍ତୁଷ୍ଟ ସ୍ବାଧୀନ ପ୍ରାର୍ଥିନୀ ପାର୍ବତୀ ବେହେରା, ଭାଜପା ଅସନ୍ତୁଷ୍ଟ ସ୍ବାଧୀନ ପ୍ରାର୍ଥୀ ତପନ କୁମାର ସ୍ବାଇଁ, ସ୍ବାଧୀନ ପ୍ରାର୍ଥୀ ସୁପ୍ରିତ କୁମାର ବେହେରା, ସ୍ବାଧୀନ ପ୍ରାର୍ଥୀ ଆଦିତ୍ୟ ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ମନୋଜ ମେହେର, ସ୍ବାଧୀନ ପ୍ରାର୍ଥୀ ସୀତାରାମ ବେହେରା, ସ୍ବାଧୀନ ପ୍ରାର୍ଥୀ ଦୀନବନ୍ଧୁ ବିଶ୍ୱାଳ।

Share