ଥିଲେ ୩ ବାପି, ଆସିଲେନି ବସନ୍ତ

ପାରାଦୀପ,୨୯।୭(ଶରତ ରାଉତ): ୨୦୨୪ ନିର୍ବାଚନର ମାସେ ୨୪ ଦିନ ପରେ ରବିବାର ପାରାଦୀପ ବିଜେଡିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାଖରେ ଆୟୋଜିତ ଏହି ବୈଠକରେ ପ୍ରମୁଖ ୩ ବାପି ନେତୃତ୍ୱ ନେଇଥିଲେ। ସେମାନେ ହେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ (ବାପି), କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଅରିନ୍ଦମ ସର୍ଖେଲ (ବାପି) ଓ ଦଳର ଜିଲା ଉପସଭାପତି ଜ୍ୟୋତିକାନ୍ତ ପରିଡ଼ା (ବାପି)। ପାରାଦୀପ ବିଜେଡି ଉପସଭାପତି କୁମର ନାୟକଙ୍କ ଦ୍ୱାରା ଆୟୋଜିତ ବନ୍ଧୁମିଳନରେ ୩ ବାପିଙ୍କ ସମେତ ଶ୍ରମିକ ନେତା ତଥା ଦଳର ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ, ବିଧାୟିକା ପ୍ରାର୍ଥତ୍ନୀ ଗୀତାଞ୍ଜଳି ରାଉତରାୟ, ପୌର ଉପାଧ୍ୟକ୍ଷା ଛବିଲତା ରାଉତ, ଦଳର ଜିଲା ମହିଳା ସଭାପତି ସବିତା ମହାପାତ୍ର, କୁଜଙ୍ଗ ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା, କୁଜଙ୍ଗ ବ୍ଲକର ପଞ୍ଚାୟତସ୍ତରୀୟ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ସମେତ ଦଳର ଅର୍ଦ୍ଧାଧିକ କାଉନସିଲର ଅନୁପସ୍ଥିତ ଥିଲେ। ପ୍ରାୟ ସମସ୍ତେ ଦଳର ପରାଜୟ କଥା ଭୁଲି ଆଗକୁ ଯିବାକୁ ସଭାରେ ପରାମର୍ଶ ଦେଇଥିଲେ।
ବିଧାୟକ ସମ୍ବିତ କହିଥିଲେ, ଦଳ ମଧ୍ୟରେ କେତେଜଣ ଢୋଲ ଭିତରେ ମୂଷା ଭଳି କାମ କରିଛନ୍ତି। ଏବେ ସମୟ ଆସିଛି ସେହି ମୂଷାଙ୍କୁ ଚିହ୍ନଟ କରିବା ଏବଂ ସେପରି ମୂଷାଙ୍କୁ ଢମଣା ଓ ଧଣ୍ଡ ସାପ ଜରିଆରେ ନିପାତ କରିବା। ଆଗକୁ ପାରାଦୀପ ସମେତ କୁଜଙ୍ଗ ଓ ରାହାମାରେ ବୈଠକ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ। ଜିଲା ଉପସଭାପତି ପୀତାମ୍ବର ତରାଇ କହିଥିଲେ, ଆସନ୍ତା ୩ ମାସ ମଧ୍ୟରେ ପୌରପରିଷଦରେ ଅନାସ୍ଥା ଆସିବ। ଉକ୍ତ ଅଭିଯୋଗକୁ ପୂର୍ବତନ ବିଧାୟକ ସମ୍ବିତ ନାପସନ୍ଦ କରିଥିଲେ।
ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳିଙ୍କ ପରାଜୟ ହୋଇଥିଲା। ଏହି ପରାଜୟକୁ ଦଳର ବହୁ କର୍ମୀମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏଥିପାଇଁ ଅଧିକାଂଶ କର୍ମୀ ଓ ନେତା ପାରାଦୀପ ପୌରାଧ୍ୟକ୍ଷ ବସନ୍ତଙ୍କୁ ଦାୟୀ କରୁଛନ୍ତି। ସେବେଠାରୁ ଏହା କେବଳ ଚର୍ଚ୍ଚାରେ ସୀମିତ ଥିଲା। ରବିବାର ବୈଠକ ବସନ୍ତଙ୍କୁ ଦମନ କରିବା ପାଇଁ କରାଯାଇଛି ବୋଲି ଆଲୋଚନା ହେଉଛି। କିନ୍ତୁ ସଭାରେ କେହି ବସନ୍ତଙ୍କ ନାମ ନେଇ ନ ଥିଲେ। ୨୦୨୨ ପୌର ନିର୍ବାଚନ ସମୟରେ ବିଜେଡିର ଏକାଧିକ ଆଶାୟୀ ଥିଲେ ଏବଂ ଦୁଇ ଗୋଷ୍ଠୀରେ ଟିକେଟ ପାଇଁ ଲବି ଚଳାଇଥିଲେ। ସେତେବେଳେ ଦଳର ଅସନ୍ତୁଷ୍ଟ ଆଶାୟୀ ଟିକେଟରୁ ବଞ୍ଚତ୍ତ ହେବାରୁ ସେମାନେ ବାପି ସର୍ଖେଲଙ୍କ ସହ ମିଶି ଥିଲେ। ବାପି ‘ଆମ ପାରାଦୀପ ଆମ ପ୍ରଗତି’ ନାମରେ ସଙ୍ଗଠନ କରି ପୌରାଞ୍ଚଳର ୧୯ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଦେଇଥିଲେ। ସେଥିରୁ ୮ ଜଣଙ୍କ ବିଜୟ ହୋଇଥିଲା। ବିଜେଡି ୭, ଭାଜପା ୩ ଓ କଂଗ୍ରେସର ଗୋଟିଏ କାଉନ୍‌ସିଲର ଜିତିଥିଲେ। ସେତେବେଳେ ବିଧାୟକଙ୍କ ଗୋଷ୍ଠୀ ବସନ୍ତଙ୍କୁ ବିରୋଧ କରିବା ସତ୍ତ୍ୱେ ସେ ୧୧ ହଜାରରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ। ତା’ପରଠାରୁ ବସନ୍ତ ଓ ସମ୍ବିତଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଥିଲା। ଏପରିକି ଗତ ନିର୍ବାଚନ ସମୟରେ ବସନ୍ତଙ୍କ ନାମ ବିଧାୟକ ଦୌଡ଼ରେ ଥିଲା। ସମ୍ବିତଙ୍କୁ ନିର୍ବାଚନ ପୂର୍ବରୁ ଅଯୋଗ୍ୟ ପ୍ରାର୍ଥୀ ବୋଲି ଦଳର କର୍ମୀମାନେ କହି ବିରୋଧ କରିଥିଲେ। ଏବେ ପରାଜୟ ପରେ ସେହି ଘଟଣାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ବସନ୍ତଙ୍କୁ ପଚାରିଲେ କୁହନ୍ତି, ଯେଉଁ ଅଭିଯୋଗ ଆସୁଛି ତାହା ଅମୂଳକ। କାରଣ ସାରା ରାଜ୍ୟରେ ଦଳର ପରାଜୟ ହୋଇଛି। ସେଠାରେ କ’ଣ ସେ ଯାଇ କାହାକୁ ହରେଇଦେଲେ। ନିଜ ଦୋଷ ନ ଦେଖି ଏପରି ଆକ୍ଷେପ ଆଦୌ ଭଲ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri