Categories: ଜାତୀୟ

ଲକ୍‌ଡାଉନ୍‌ରେ ୩୦ ହଜାର ଖାଦ୍ୟ ଶିବିର ହୋଇଥିଲା ସ୍ଥାପିତ, ୨୦୨୦-୨୧ ରିପୋର୍ଟ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ସମୟରେ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ୨୦୨୦-୨୧ରେ ଉଲ୍ଲେଖ କରାଯାଇଛି। ୧୭ ଲକ୍ଷ ଶ୍ରମିକ ସେମାନଙ୍କ ମାଲିକମାନଙ୍କ ସହିତ ଶିଳ୍ପାଞ୍ଚଳରେ ରହୁଥିଲେ ଯେଉଁଠାରେ ସେମାନଙ୍କୁ ଆଶ୍ରୟ ଏବଂ ଖାଦ୍ୟ ଯୋଗାଇ ଦିଆଯାଉଥିଲ।

୨୯ ଏପ୍ରିଲ ୨୦୨୦ରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଲୋକଙ୍କୁ ବସ ଯୋଗେ ନିଜ ଘରକୁ ପଠାଯିବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ୧ ମଇ ୨୦୨୦ ରେ, ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗୁଡିକ ଅଟକି ରହିଥିବା ଲୋକଙ୍କୁ ନେବାକାର୍ଯ୍ୟରେ ନିୟୋଜିତ ହୋଇଥିଲା। ଫଳରେ ଶ୍ରମିକ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିଥିଲେ।

୨୫ ମାର୍ଚ୍ଚ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଗୃହ ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମରେ ମୋଟ ୧୩୦୩୪ କଲର ସମାଧାନ କରାଯାଇଥିଲା। ସେଥିମଧ୍ୟରୁ ୮୫୪ ଟି କଲ ଜରୁରୀ ସାମଗ୍ରୀ ଏବଂ ସେବା ସହିତ ଜଡିତ ଥିଲା। ୧୧୩୭୭ କଲ ଖାଦ୍ୟ ଏବଂ ଆଶ୍ରୟ ସହିତ ଜଡିତ ଥିଲା। ୧୨୯ ଟି କଲ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସହିତ ଜଡିତ ଥିଲା ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ୭୪୨ ଟି କଲ ଆସିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨ ମଇ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନରେ ଚଳପ୍ରଚଳ ସମ୍ପର୍କରେ ସମୁଦାୟ ୩୨୯୪୬ କଲ ଗ୍ରହଣ କରାଯାଇଥିଲା।

ସେଥିମଧ୍ୟରେ ୨୭୧୨୧୯ କଲ୍‌ ଶ୍ରମିକଙ୍କ ପାଇଁ ୫୩୮୮ ଛାତ୍ରୀଛାତ୍ରଙ୍କ ପାଇଁ ୧୫୩୯ କଲ୍‌ ପର୍ଯ୍ୟଟକଙ୍କର ଥିବାବେଳେ ଅନ୍ୟ ବ୍ୟକ୍ତିଙ୍କ ପାଇଁ ୧୭୦୫୨ ଟି କଲ୍‌ ଥିଲା। ଏଥିସହ, ଯେଉଁମାନେ ବିଦେଶରୁ ଭାରତ ଆସିବାକୁ ଚାହୁଁଥିଲେ ସେମାନଙ୍କଠାରୁ ୨୯୬ ଟି କଲ ଗ୍ରହଣ କରାଯାଇଥିଲା ଏବଂ ଯେଉଁମାନେ ଭାରତରୁ ବିଦେଶ ଭ୍ରମଣ କରିବାକୁ ଚାହୁଁଥିଲେ ସେମାନଙ୍କଠାରୁ ୨୬୫ ଟି କଲ ଗ୍ରହଣ କରାଯାଇଥିଲା। ଏହି କାରଣରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମ ଏବଂ ଆଞ୍ଚଳିକ ଅଧିକାରୀମାନେ ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share