ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳୁ ନ ଥିବା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ଏକ ସାକ୍ଷାତ୍କାରରେ କହିଛନ୍ତି। ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କାମ କରିବା ପରେ ମଧ୍ୟ ପ୍ରଯୋଜକମାନେ କାମ ନ ଦେବା କାରଣରୁ ସେ ଇଂଲିଶ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ନେଇ ନିଷ୍ପତ୍ତି ନେଇଥିଲେ। ବଲିଉଡ୍ରେ କାମକୁ ନେଇ କରାଯାଉଥିବା ଅଯଥା ରାଜନୀତି ପ୍ରିୟଙ୍କାଙ୍କୁ ନିରାଶ କରିଥିଲା। କାମ ପାଇଁ ତାଙ୍କୁ ଗୋମାଂସ ଖାଇବାକୁ ପଡ଼ିଥିବା ସେ କହିଛନ୍ତି। କମେଡି ପଡ୍କାଷ୍ଟ ‘ଆର୍ମଚେୟାର ଏକ୍ସପର୍ଟ’ କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ପୁରସ୍କାର ବିଜେତା ପ୍ରିୟଙ୍କା କହିଥିଲେ, ଜଣେ ସିରିୟସ୍ ଆକ୍ଟ୍ରେସ୍ ହେବା ସତ୍ତ୍ୱେ ତାଙ୍କୁ ମେଗା ଫିଲ୍ମରେ କାମ କରିବାର ସୁଯୋଗ ମିଳୁ ନ ଥିଲା। ଶେଷରେ ସେ ଅଭିନୟ ଛାଡ଼ି ହଲିଉଡ୍ ସଙ୍ଗୀତ ଦୁନିଆରେ କ୍ୟାରିୟର୍ ଆରମ୍ଭ କରିବା କଥା ଚିନ୍ତା କଲେ। ୨୦୧୨ରେ ଏସ୍ଏଞ୍ଜେଲ୍ସରେ ସେ ତାଙ୍କ ମ୍ୟୁଜିକାଲ୍ କ୍ୟାରିୟର ଆରମ୍ଭ କଲେ। ‘ଇନ୍ ମାଇ ସିଟି’ ଏବଂ ‘ଏଜୋଟିକ୍’ ମ୍ୟୁଜିକ୍ ଭିଡିଓ ହିଟ୍ ହେବା ପରେ ପ୍ରିୟଙ୍କା ହଲିଉଡ୍ରେ କାମ କରିବାକୁ ଆଗ୍ରହ ବଳାଇଥିଲେ। ତେବେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କ ଅପେକ୍ଷା ହଲିଉଡ୍ ଲୋକଙ୍କ ନିକଟରେ ସେ ଅଧିକ ନିରାପଦ ଅନୁଭବ କରିଥିବା କହିଛନ୍ତି।