ଏପ୍ରିଲ ୨, ୨୦୧୧ ଭାରତୀୟ କ୍ରିକେଟ୍ ଇତିହାସରେ ଏକ ସ୍ମରଣୀୟ ଦିନ। ଏହି ଦିନ ଭାରତ ଦ୍ୱିତୀୟଥର ବିଶ୍ୱବିଜୟୀ ହେବାରେ ସୌଭାଗ୍ୟ ହାସଲ କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ପରାସ୍ତ କରି ଦୀର୍ଘ ୨୮ ବର୍ଷ ପରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ୍ ବିଜେତା ହୋଇଥିଲା। ଭାରତର ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀ ରାତିରେ ଉତ୍ସବ ପାଳନ କରିବା ଆରମ୍ଭ କଲେ। ପଡ଼ିଆରେ ଭାରତୀୟ କ୍ରିକେଟରଙ୍କ ଆଖିରେ ଲୁହ ଆସିଥିଲା, କିନ୍ତୁ ଏହା ଖୁସିର ଲୁହ ଥିଲା। ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ଉଠାଇ ଷ୍ଟାଡିୟମରେ ଖେଳାଳିମାନେ ବୁଲାଇଥିଲେ। ଏହି ମ୍ୟାଚ୍ରେ ଭାରତ ଶ୍ରୀଲଙ୍କାକୁ ୬ଟି ଉଇକେଟରେ ପରାସ୍ତ କରି ଇତିହାସ ରଚିଥିଲା। ଆଜି, ସେହି ମୁହୂର୍ତ୍ତକୁ ୧୦ ବର୍ଷ ବିତିଯାଇଛି, କିନ୍ତୁ କ୍ରିକେଟ ପ୍ରେମୀମାନେ ଭୁଲିନାହାନ୍ତି।