ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ ଥିବା ବିମାନର ଉଇଣ୍ଡୋ ସ୍କ୍ରିନ୍ରେ ଅନ୍ୟ ବିମାନଟି ବାଡ଼େଇ ହୋଇଯାଇଥିଲା। ଫଳରେ ଝରକା ଭାଙ୍ଗିଯାଇଛି।
ବ୍ରିଟିଶ ଏୟାରଲାଇନ୍ର ଜଣେ ପ୍ରବକ୍ତା କହିଛନ୍ତି, ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଭାଗ୍ୟଶାଳୀ ଥିଲେ। ଦୁଇ ବିମାନ ଗୋଟିଏ ଦିଗରେ ଉଡୁଥିଲେ। ଗୋଟିଏ ଦିଗରେ ଉଡୁଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଯାତ୍ରୀମାନେ। ଯଦି ବିପରୀତ ଦିଗରୁ ଆସୁଥାନ୍ତେ ତେବେ ଏକ ବଡ଼ଧରଣର ଅଘଟଣ ଘଟିଥାନ୍ତା ବୋଲି ଏୟାରଲାଇନ୍ ଅଧିକାରୀ କହିଛନ୍ତି।