୧୦୦% ସିଲାବସ୍‌ରେ ହେବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ଶତପ୍ରତିଶତ ପାଠ୍ୟକ୍ରମକୁ ନେଇ ଯୁକ୍ତ୨ ପାଠପଢ଼ା ଓ ପରୀକ୍ଷା କରାଯିବ। ଏନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତପ୍ରତିଶତ ସିଲାବସ୍‌ ପଢ଼ିବେ। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ। ତେବେ ୨୦୨୨ରେ ଫେଲ୍‌ ପିଲା ପୁରୁଣା ସିଲାବସ୍‌ରେ ଆସନ୍ତା ବର୍ଷ ପରୀକ୍ଷା ଦେବେ। ଏଥିସହ ଆଗକୁ ମଧ୍ୟ ଛାତ୍ରୀଛାତ୍ରମାନେ ପୂରା ସିଲାବସ୍‌ ଉପରେ ପାଠପଢ଼ି ପରୀକ୍ଷା ଦେବେ। ସୂଚନାଯୋଗ୍ୟ, କରୋନା ପାଇଁ ଗତ ଶିକ୍ଷାବର୍ଷରେ ୩୦ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଥିଲା।

Share