୩୨ କେନ୍ଦ୍ରରେ ହେବ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର,୨୭ା୬(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଗୋଟିଏ ବିଷୟରେ ଫେଲ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୧୩ ଓ ୧୪ରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ୧୩ ତାରିଖ ପୂର୍ବାହ୍ନ ୧୦ଟାରୁ ୧ଟା ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏବଂ ୧୪ରେ ସମସ୍ତ ବିଷୟର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଆଦି ପରୀକ୍ଷା କରାଯିବ। ଏଥିପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି।
ଇତିମଧ୍ୟରେ ଗତ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇ ସୋମବାର ଶେଷ ହୋଇଛି। ୨୭ ଓ ୨୮ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଦେୟ ପୈଠ କରିବାକୁ ପଡ଼ିବ। ତେବେ ଧନ୍ଦାମୂଳକ ଟ୍ରେଡ୍‌ ପେପର ଓ ବାୟୋଲୋଜିକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ବିଷୟରେ ରେଗୁଲାର ତଥା ଏକ୍ସ ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷାଦେବେ। ପୂର୍ବରୁ କେବଳ ଥିଓରିରେ ପାସ୍‌ କରି ପ୍ରାକ୍ଟିକାଲ ବା ପ୍ରୋଜେକ୍ଟରେ ଫେଲ୍‌ ହୋଇଥିଲେ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ସେହିପରି ଥିଓରିରେ ଫେଲ୍‌ ହୋଇ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟରେ ପାସ କରିଥିଲେ କେବଳ ଥିଓରୀ ପରୀକ୍ଷା ଦେବାକୁ ହେବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ଛାତ୍ରୀଛାତ୍ର ଉଭୟ ପରୀକ୍ଷା ଦେବାକୁ ପଡ଼ିବ।
ତେବେ ପରୀକ୍ଷା ହେବାକୁ ଥିବା କେନ୍ଦ୍ରଗୁଡ଼ିକ ମଧ୍ୟରେ ବାଲେଶ୍ୱରର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍‌ଏସ୍‌ଏସ୍‌), ଭଦ୍ରକ ଏଚ୍‌ଏସ୍‌ଏସ୍‌, ବଲାଙ୍ଗୀରର ରାଜେନ୍ଦ୍ର ଏଚ୍‌ଏସ୍‌ଏସ୍‌, ସୋନପୁର ଏଚ୍‌ଏସ୍‌ଏସ୍‌, କଟକର ଜେକେବିକେ ଏଚ୍‌ଏସ୍‌ଏସ୍‌, ଜଗତ୍‌ସିଂହପୁରର ଏସ୍‌ଭିଏମ୍‌ ଏଚ୍‌ଏସ୍‌ଏସ୍‌, ଯାଜପୁରର ଏନ୍‌ସି ଏଚ୍‌ଏସ୍‌ଏସ୍‌, କେନ୍ଦ୍ରାପଡ଼ା ଏଚ୍‌ଏସ୍‌ଏସ୍‌, ଅନୁଗୋଳ ସରକାରୀ ଏଚ୍‌ଏସ୍‌ଏସ୍‌, ଢେଙ୍କାନାଳ ସରକାରୀ ଏଚ୍‌ଏସ୍‌ଏସ୍‌, ବ୍ରହ୍ମପୁରର ଖଲ୍ଲିକୋଟ ଏଚ୍‌ଏସ୍‌ଏସ୍‌, ଭବାନୀପାଟଣା ସରକାରୀ ଏଚ୍‌ଏସ୍‌ଏସ୍‌, ନୂଆପଡ଼ା ଜାତୀୟ ଏଚ୍‌ଏସ୍‌ଏସ୍‌, ଜୟପୁରର ଭି. ଦେବ ଏଚ୍‌ଏସ୍‌ଏସ୍‌, ମାଲକାନଗିରି ସରକାରୀ ଏଚ୍‌ଏସ୍‌ଏସ୍‌, ନବରଙ୍ଗପୁର ଏଚ୍‌ଏସ୍‌ଏସ୍‌, ରାୟଗଡ଼ା ଏଚ୍‌ଏସ୍‌ଏସ୍‌, ବାରିପଦାର ଏମପିସି ଏଚ୍‌ଏସ୍‌ଏସ୍‌, ବୌଦ୍ଧ ପଞ୍ଚାୟତ ଏଚ୍‌ଏସ୍‌ଏସ୍‌, ଫୁଲବାଣୀ ସରକାରୀ ଏଚ୍‌ଏସ୍‌ଏସ୍‌, ଭୁବନେଶ୍ୱରର ବିଜେବି ଏଚ୍‌ଏସ୍‌ଏସ୍‌, ଖୋର୍ଦ୍ଧା ପ୍ରାଣନାଥ ଏଚ୍‌ଏସ୍‌ଏସ୍‌, ନୟାଗଡ଼ ଏଚ୍‌ଏସ୍‌ଏସ୍‌, ପୁରୀ ଏସ୍‌ସିଏସ୍‌ ଏଚ୍‌ଏସ୍‌ଏସ୍‌, ବରଗଡର ପଞ୍ଚାୟତ ଏଚ୍‌ଏସ୍‌ଏସ୍‌, ଦେବଗଡ଼ ଏଚ୍‌ଏସ୍‌ଏସ୍‌, ଝାରସୁଗୁଡ଼ାର ଆଇଏନ୍‌ ଏଚ୍‌ଏସ୍‌ଏସ୍‌, ସମ୍ବଲପୁରର ଜିଏମ୍‌ ଏଚ୍‌ଏସ୍‌ଏସ୍‌, ରାଉରକେଲା ସରକାରୀ ଏଚ୍‌ଏସ୍‌ଏସ୍‌ ଓ ସୁନ୍ଦରଗଡ଼ର ସରକାରୀ ଏଚ୍‌ଏସ୍‌ଏସ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri