ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର ମନ୍ମଥଙ୍କ ଖାତାକୁ ଯାଇପାରେ ପାଇକ ଭୋଟ । ୟାସିରଙ୍କ ସଂଖ୍ୟାଲଘୁ ଭୋଟ ହୋଇପାରେ ର୍ନିଣ୍ଣାୟକ ।

ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ ଅଭିଜ୍ଞ ଭାଜପା ଏମପି ଅପରାଜିତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ନବାଗତ ପ୍ରାର୍ଥୀ ମନ୍ମଥ ରାଉତରାୟ । ସେପଟେ କଂଗ୍ରେସ ମଧ୍ୟ ଜଣେ ଟାଣୁଆ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଛି । ତେଣୁ ଏହି ତିନି ଜଣଙ୍କ ଭିତରେ କାହାର ରହିଛି ପଲା ଭାରି ଏବଂ କାହା ସପକ୍ଷରେ ରହିଛି ଅଧିକ ଭୋଟ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ।

ଭୁବନେଶ୍ବର ଲୋକ ସଭା ଆସନରେ କାହାର ହେବ ବିଜୟ। ଭାଜପାର ଅପରାଜିତା ଷଡ଼ଙ୍ଗୀ ନା ବିଜେଡିର ଯୁବ ନେତା ମନ୍ମଥ ରାଉତରାୟ । ନା ଦୁଇ ପ୍ରାର୍ଥୀଙ୍କୁ ଚକମା ଦେଇ ବିଜୟର ଶ୍ରେୟ ନେଇଯିବେ କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ । କାହା ସପକ୍ଷରେ ରହିଛି ବିଜୟ ସମୀକରଣ । ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଯଦି ଅପରାଜିତାଙ୍କ କଥା ବିଚାରକୁ ନେବା ତେବେ ସେ ବର୍ତ୍ତମାନର ଏମପି ଅଛନ୍ତି । ବିଜୟ ଧାରା ବଳବତ୍ତର ରଖିବାକୁ ସେ ପ୍ରୟାସ କରିବେ ନିଶ୍ଚୟ । ପ୍ରଶାସନିକ ଢାଞ୍ଚାରେ ସାଂଗଠନିକ କାର୍ଯ୍ୟ ତାଙ୍କୁ ବେଶ ଫାଇଦା ଦେଇ ଆସିଥିବା କୁହାଯାଉଛି । ଭାଜପା ପ୍ରାର୍ଥୀ ଅପରାଜିତାଙ୍କ ସପକ୍ଷରେ ଆଉ ଏକ କଥା ହେଉଛି, ସେ ୫ ବର୍ଷ ଧରି ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପକେଟ ଭୋଟ ତିଆରି କରିପାରିଛନ୍ତି । ଖାସ କରି ଯୁବ ଓ ମହିଳା ଭୋଟରଙ୍କ ସହ ସୁସଂପର୍କ ରଖିବାରେ ସଫଳ ହୋଇଥିବାରୁ ଏହା ତାଙ୍କ ବିଜୟର ଏକ ବଡ଼ ଆଧାର ହୋଇପାରେ ବୋଲି କୁହାଯାଉଛି ।

ବିଜେଡିର ଯୁବ ପ୍ରାର୍ଥୀ ମନ୍ମଥ ରାଉତରାୟ ନିର୍ବାଚନୀ ରାଜନୀତିରେ ପ୍ରଥମ ଥର ଏଣ୍ଟ୍ରି ମାରିଛନ୍ତି। ବାପା ବରିଷ୍ଠ ରାଜନେତା ସୁରେଶ ରାଉତରାୟଙ୍କ ପାଇକ ସଂପ୍ରଦାୟରେ ବେଶ ପ୍ରଭାବ ଓ ପତିଆରା ଥିବାରୁ ମନ୍ମଥଙ୍କ ପାଖକୁ ପାଇକ ଭୋଟ ଆସିବା ସମ୍ଭାବନା ଅଧିକ ରହିଛି । ତା’ଛଡ଼ା ସୁରଙ୍କ ଜଟଣୀ ପକେଟ ଭୋଟ ମଧ୍ୟ ମନ୍ମଥଙ୍କ ଖାତାକୁ ଟ୍ରାନ୍ସଫର ହୋଇପାରେ । ଜଣେ ଯୁବ ନେତା ଭାବେ ଯୁବ ଭୋଟରଙ୍କୁ ଆକର୍ଷିତ କରିବାର କ୍ଷମତା ରଖିଛନ୍ତି ମନ୍ମଥ ।

ପୂର୍ବ ଥର ଭଳି ଏଥର କଂଗ୍ରେସ ଆଉ ମେଣ୍ଟ ପ୍ରାର୍ଥୀ ଦେଇନାହିଁ । ଜଣେ ଟାଣୁଆ ଯୁବ ନେତା ୟାସିର ନୱାଜଙ୍କୁ ମଇଦାନକୁ ଓହ୍ଲାଇଛି । ସଂଖ୍ୟାଲଘୁ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବାରୁ. ୟାସିରଙ୍କ ପାଖରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବଡ଼ ସଂଖ୍ୟାଲଘୁ ଭୋଟ ରହିଛି । ଛାତ୍ର ତଥା ଯୁବ କଂଗ୍ରେସକୁ ଲିଡ କରିବା ସହ ବିଗତ ଦିନରେ ବହୁ ପ୍ରସଙ୍ଗ ଉଠାଇ ବଡ଼ ଆନ୍ଦୋଳନ କରାଇବାରେ ୟାସିର ନୱାଜ ସଫଳ ହୋଇଛନ୍ତି । ତେଣୁ ବିଜୟ ସମୀକରଣକୁ ଏପଟସେପଟ କରିବାରେ ଯଥେଷ୍ଟ କ୍ଷମତା ରଖିଛନ୍ତି ନୱାଜ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri