ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ: ମୋଦି

ଫୁଲବାଣୀ,୧୧।୫(ରାକେଶ କୁମାର ରାଉତ): କନ୍ଧମାଳ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି କନ୍ଧମାଳ ଏମପି ଓ ୭ଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ପ୍ରତ୍ୟେକ ଘରେ ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ ବାର୍ତ୍ତା ପହଞ୍ଚାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରୁଛନ୍ତି ମୋଦି।

ନିର୍ଦ୍ଧାରିତ ସମୟ ଠାରୁ ୧୦ ମିନିଟ ବିଳମ୍ବରେ ପ୍ରଧାନମନ୍ତ୍ରୀ ମୋଦି ଆସି କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ଥିଲେ। ସେଠାରେ ଉପସ୍ଥିତ ପଦ୍ମଶ୍ରୀ ପୂର୍ଣ୍ଣମାସି ଯାନୀ, ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦେଇଥିବା ଉଲ୍ଲେଖ କରିଥିଲେ। ସେହିପରି ଭିକାରୁଣୀ ତୁଳା ବେହେରାଙ୍କ ଆଶୀର୍ବାଦ ନେଇ ଥିଲେ। ଏହି କାର୍ଯ୍ୟକ୍ରମରେ ୫୦ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା।

Share