Categories: ଜାତୀୟ

ବନ୍ଦେ ଭାରତ ରୁଟ୍‌ ପାର୍ଶ୍ୱରେ ବାଡ଼ ହେବ

ଚେନ୍ନାଇ,୨୩ା୯: ଆଗାମୀ ଦିନରେ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଲ୍‌ଓ୍ବେ ଯୋଜନା କରୁତ୍ଛି। ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଟ୍ରେନ୍‌ଠାରୁ ଲୋକ ଓ ଗୋରୁଗାଈଙ୍କୁ ବାହାରେ ରଖିବା ଲାଗି ରୁଟ୍‌ଗୁଡ଼ିକୁ ବାଡ଼ବନ୍ଦୀ କରିବା ପାଇଁ ରେଲଓ୍ବେ ଉଦ୍ୟମ ଆରମ୍ଭ କରିଛି। ବାଡ଼ କରିବା ପାଇଁ କିଲୋମିଟର ପ୍ରତି ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share