Categories: ଖେଳ

ଏସିଆ କପ୍‌ ପୂର୍ବରୁ ହେବ ଫିଟ୍‌ନେସ୍‌ ଟେଷ୍ଟ

ନୂଆଦିଲ୍ଲୀ,୨୪।୮:ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପୂର୍ବରୁ ବେଙ୍ଗାଲୁରୁ ନିକଟ ଆଲୁରରେ ଟିମ ଇଣ୍ଡିଆ ୬ ଦିନିଆ କ୍ୟାମ୍ପ ଆରମ୍ଭ କରିବ। ଭାରତୀୟ ଦଳ ଏସିଆ କପ ୨୦୨୩ ମାଧ୍ୟମରେ ଗ୍ରାଉଣ୍ଡକୁ ଫେରିବାକୁ ପ୍ରସ୍ତୁତ। ଟୁର୍ନାମେଣ୍ଟ ପୂର୍ବରୁ ବେଙ୍ଗାଲୁରୁ ନିକଟ ଆଲୁରରେ ଟିମ ଇଣ୍ଡିଆ ୬ ଦିନିଆ କ୍ୟାମ୍ପ ଆରମ୍ଭ କରିବ, ଯାହା ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କ ଭଳି ଷ୍ଟାର ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ସମସ୍ତ ଖେଳାଳିଙ୍କୁ ଏସିଆ କପ ଖେଳିବା ପୂର୍ବରୁ ଫିଟନେସ ପରୀକ୍ଷା ଦେବାକୁ ପଡିବ।
ଆୟର୍ଲାଣ୍ଡ ଗସ୍ତର ଅଂଶ ନ ଥିବା ଏବଂ ୱେଷ୍ଟଇଣ୍ଡିଜ ଯାତ୍ରା ପରେ ଫେରୁଥିବା ଖେଳାଳିମାନଙ୍କୁ ୧୩ ଦିନିଆ ଫିଟନେସ ରୁଟିନ ଦିଆଯାଇଥିଲା। ବର୍ତ୍ତମାନ ଏସିଆ କପ୍‌ର ପୁରା ଦଳ ଫେରି ଆସିଛି। ଏକ ରିପୋର୍ଟ ଅନୁଯାୟୀ ସମସ୍ତ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଶରୀର ଯାଞ୍ଚ କରିବାକୁ ପଡିବ। ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଉପସ୍ଥିତ ଥିବା ଫିଜିଓ ଖେଳାଳିଙ୍କ ଫିଟନେସ ଯାଞ୍ଚ କରିବ ଏବଂ ଯେଉଁମାନେ ଫିଟନେସ ପାସ କରିବାରେ ବିଫଳ ହେବେ ସେମାନଙ୍କୁ ମଧ୍ୟ ଏସିଆ କପ୍‌ରୁ ବାଦ୍‌ ଦିଆଯାଇପାରେ।

Share