କୋରାପୁଟରେ ହେବ ଫୁଡ଼ ପାର୍କ: ମନ୍ତ୍ରୀ

କୋରାପୁଟ,୨୭ା୬( ଅମିତାଭ ବେହେରା): କୋରାପୁଟ ଗସ୍ତରେ ଗୁରୁବାର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତ।

ସଦ୍‌ଭାବନା ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପାତ୍ର ଯୋଗଦେଇ କୋରାପୁଟରେ ଏକ ଫୁଡ଼ ପାର୍କ ନିର୍ମାଣ କରାଯିବାକୁ ଘୋଷଣା କରିଥିଲେ। ଜିଲାରେ ଥିବା ସମସ୍ତ ଖାଉଟି କାର୍ଡଗୁଡିକ ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଜିଲାରେ ଏବେ କିଛି ଦିନ ହେଲା ଆଳୁ, ପିଆଜ ସମେତ ବିଭିନ୍ନ ନିତ୍ୟ ବ୍ୟବହାର ସାମଗ୍ରୀର ଦର ଅହେତୁକ ବୃଦ୍ଧି ହୋଇଛି। ଏହା ଉପରେ ଲଗାମ ଲଗାଇବାକୁ ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ବିଶେଷ କରି ଜିଲାରେ ଥିବା ପ୍ରକୃତ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଖାଉଟି କାର୍ଡ ପ୍ରଦାନ କରାଯିବ। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ନିକଟରେ ପିଡିଏସ୍‌ ଚାଉଳ ପହଞ୍ଚାଇବା, କୃଷକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ତୁରନ୍ତ ଧାନର ଉପଯୁକ୍ତ ଅର୍ଥ ପୈଠ କରାଯିବା ଉପରେ ମନ୍ତ୍ରୀ ପାତ୍ର ଆଲୋଚନା କରିଥିଲେ।

ସେହିପରି ଜିଲାରେ ଫୁଡ ଇନ୍ସପେକ୍ଟର ଦୀର୍ଘ ବର୍ଷ ଧରି ନ ଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଇ ଅତ୍ୟଧିକ ମୂଲ୍ୟ ନିଆ ଯାଉଥିବାରୁ ତୁରନ୍ତ ଜିଲାରେ ଖାଲିଥିବା ଏହି ପଦବୀ ପୂରଣ କରାଯିବ ବୋଲି ସେ କହିଥିଲେ।

ସେହିପରି ଧାନ କ୍ରୟ ବେଳେ କୌଣସି କଟନୀ ଛଟନୀ ଯେପରି ନ ହୁଏ ଏବଂ ଏହି କାର୍ଯ୍ୟ ଯିଏ କରୁଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କଡ଼ାମ, କୋଟପାଡ଼ ବିଧାୟକ ରୂପ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଡନ୍ତା, ଜିଲାପାଳ ଭି. କିର୍ତ୍ତୀ ଭାସନ, ଜିଲା ଯୋଗାଣ ଅଧିକାରୀ ପିକେ ପଣ୍ଡା, ସହକାରୀ ଯୋଗାଣ ଅଧିକାରୀ ହରପାଳ ସିଂଙ୍କ ସହ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ପାଇଁ ନିବେଦନ କଲେ ନିରାଶ୍ରୟ ମହିଳା

ଜଳେଶ୍ୱର,୩୦ା୬(ନବୀନ ସାହୁ): ପଙ୍ଗୁ ଅବସ୍ଥାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳ ୯ନଂ. ୱାର୍ଡର ନିରାଶ୍ରୟ ମହିଳା କାଞ୍ଚନ ନାୟକ ଇଛା ମୃତ୍ୟୁ ପାଇଁ...

ଓଡ଼ିଶା ପହଞ୍ଚିଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ଼୍ବର, ୩୦।୦୬: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡରର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ଆଜି ଓଡ଼ିଶାରେ...

ଜନାଦେଶକୁ କେବେ ଚୋରି କରାଯାଇପାରିବ ନାହିଁ

୨୦୨୪ ସାଧାରଣ ନିର୍ବାଚନରେ ଖୁବ୍‌ କମ୍‌ ସମୟ ଲାଗି ଓଡ଼ିଶା ଭାଜପାର ଦାୟିତ୍ୱ ନେଇ ରାଜ୍ୟରେ ଦଳକୁ ସରକାର ଗଠନ କରିବା ଦିଗରେ କାର୍ଯ୍ୟ କରିଥିଲେ...

ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍‌, ୨୯ ଛେଳିଙ୍କ ଜୀବନ ଗଲା

ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା...

ନଡ୍ଡାଙ୍କୁ ଭେଟିବା ପରେ ଓଡ଼ିଶା ପାଇଁ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୨୯ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଶନିବାର ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର...

ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ

ନୂଆଦିଲ୍ଲୀ, ୨୯।୬: ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ...

ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍‌ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ

ନିରାକାରପୁର,୨୯ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ମୌସୁମୀ ପ୍ରଭାବରେ ଶୁକ୍ରବାରଠାରୁ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ନିରାକାରପୁର ବଡ଼ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା...

ମହିଳାଙ୍କୁ ପିଟିପିଟି ହତ୍ୟା କଲେ ପଡ଼ୋଶୀ

କେନ୍ଦ୍ରାପଡ଼ା,୨୯ା୬: ଜମିଜମା ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମଳିଛି କେନ୍ଦ୍ରାପଡ଼ା ଜିଲା ସଦର ଥାନା ସାହାସପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri