୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାଶନାଲ ସେରୋ ସର୍ଭେ। ଦେଶର ଯେଉଁ ୭୦ ଜିଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ସେରୋ ସର୍ଭେ ହେଇଥିଲା, ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହିସବୁ ଜିଲାରେ ସର୍ଭେ ହେବ। ଏଥିରେ ଓଡ଼ିଶାର ୩ଟି ଜିଲା ସାମିଲ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ। ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଏହି ୩ଟି ଜିଲା ସାମିଲ ଥିଲା। ଚତୁର୍ଥ ସେରୋ ସର୍ଭେରେ ୬ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏଥିପାଇଁ ଡିଜି ଆଇସିଏମ୍‌ଆର ସ୍ବୀକୃତି ଦେଇସାରିଛନ୍ତି। ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି) ଭୁବନେଶ୍ୱର ପକ୍ଷରୁ ସର୍ଭେ ପାଇଁ ପ୍ରସ୍ତୁତି ସରିଥିବା ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଜିଲାକୁ ୧୦ଟି ଲେଖାଏ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଆର୍‌ଏମ୍‌ଆର୍‌ସି ଲକ୍ଷ୍ୟ ରଖିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାଶନାଲ ସେରୋ ସର୍ଭେ କରାଯିବ ବୋଲି ସଂଘମିତ୍ରା କହିଛନ୍ତି।

Share