Categories: ଜାତୀୟ

୩୦ ପରେ ମହାରାଷ୍ଟ୍ରରେ ରହିବ ଲକ୍‌ଡାଉନ କଟକଣା

ମୁମ୍ବାଇ,୨୯ା୬(ପି.ଟି.): ମହାରାଷ୍ଟ୍ରରେ ଜୁନ୍‌ ୩୦ ପରେ ମଧ୍ୟ ଲକ୍‌ଡାଉନ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରବିବାର କହିଛନ୍ତି। ମହାରାଷ୍ଟ୍ର କରୋନା ମହାମାରୀ ଦ୍ୱାରା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ କଟକଣା କୋହଳ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଉଦ୍ଧବ ଏକ ଟେଲିଭିଜନ ବାର୍ତ୍ତାରେ କହିଛନ୍ତି। ତେବେ ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଲାଗି ଅନ୍‌ଲକ୍‌ ପ୍ରକ୍ରିୟା ଧୀରେ ଧୀରେ କାର୍ଯ୍ୟକାରୀ ହେବ। ଯାତ୍ରୀ ପରିବହନ ଉପରେ କଟକଣା ରହିବ। ସ୍ଥାନୀୟ ସେବାକୁ ଅନୁମତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୬୪,୬୨୬ରେ ପହଞ୍ଚତ୍ଥିବାବେଳେ ୭,୪୨୯ ଜଣଙ୍କର ମୃତ୍ୟୁ ହେଲାଣି। ଗୋଟିଏ ଦିନରେ ସେଠାରେ ୫,୪୯୩ ଜଣ ସଂକ୍ରମିତ ହେବା ସହ ୧୫୬ ଜଣଙ୍କ ଜୀବନ ଯାଇଛି। ସେହିପରି ମଣିପୁର ସରକାର ମଧ୍ୟ ଲକ୍‌୍‌ଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Share