ବାଲୁଖଣ୍ଡରେ ହେବ ସଫାରି

ଭୁବନେଶ୍ୱର,୭ା୭(ଅସମାପିକା ସାହୁ)ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଜଙ୍ଗଲ ସଫାରି ହେବ। ପର୍ଯ୍ୟଟକଙ୍କୁ ଜଙ୍ଗଲ ବୁଲିବାର ଅନୁଭୂତି ମିଳିବ। ଅକ୍ଟୋବରରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବା ଅଭୟାରଣ୍ୟରେ ଥିବା ଚିତ୍ରା ହରିଣଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି। ବାଲୁଖଣ୍ଡ ଅଭୟାରଣ୍ୟରେ କେବଳ କୃଷ୍ଣସାର ମୃଗଙ୍କୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସେଠାରେ କୃଷ୍ଣସାର ମୃଗଙ୍କ ସଂଖ୍ୟା କମିବାରେ ଲାଗିଲା। ସେଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୃଷ୍ଣସାର ମୃଗ ସମେତ ଚିତ୍ରା ହରିଣଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଅକ୍ଟୋବର ସୁଦ୍ଧା ଜଙ୍ଗଲ ସଫାରି ଆରମ୍ଭ ହେବ। ପର୍ଯ୍ୟଟକଙ୍କୁ ଏହା ଏକ ନୂତନ ଅନୁଭୂତି ଯୋଗାଇଦେବ। ପୁରୀକୁ ବହୁତ ପର୍ଯ୍ୟଟକ ଯିବାଆସିବା କରୁଥିବାରୁ ସେମାନେ ଏହି ସଫାରିର ମଜା ନେଇପାରିବେ ବୋଲି ପିସିସିଏଫ୍‌ କହିଛନ୍ତି।
ବନ୍ୟପ୍ରାଣୀ ଅଭୟାରଣ୍ୟ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି। ବଙ୍ଗୋପସାଗର କୂଳରେ ପ୍ରାୟ ୮୭ ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଭୟାରଣ୍ୟ ଝାଉଁବଣ ସାଙ୍ଗକୁ କାଜୁ, ଆକାଶିଆ ଆଦି ଗଛ ସହ ବିଭିନ୍ନ ପ୍ରଜାତିର ଉଦ୍ଭିଦରେ ଶୋଭାବର୍ଦ୍ଧନ କରୁଛି। ଏହାସହ ବନ୍ୟପ୍ରାଣୀଙ୍କ ପାଇଁ ରହିଛି ସୁରକ୍ଷିତ ଆଶ୍ରୟସ୍ଥଳ। ରାଜ୍ୟରେ ଯେଉଁ ଅଳ୍ପ କେତୋଟି ଜାଗାରେ କୃଷ୍ଣସାର ମୃଗଙ୍କୁ ଦେଖିବାକୁ ମିଳୁଥିଲା ତା’ମଧ୍ୟରେ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ୟତମ ଥିଲା। କିନ୍ତୁ ପ୍ରତିକୂଳ ପରିବେଶ, ବନ୍ୟଜନ୍ତୁ ଶିକାର ଓ ସୁରକ୍ଷା ଦେବାରେ ବନ ବିଭାଗର ବିଫଳତା ଯୋଗୁ ୨୦୧୪ରୁ କୃଷ୍ଣସାର ମୃଗଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି। ଏବେ କେବଳ ଚିତ୍ରା ହରିଣଙ୍କ ସହ ବଣଭୁଆ, ଗଧିଆ, ବିଲୁଆ, ନେଉଳ, ଓଧ ଆଦି ବନ୍ୟଜନ୍ତୁ ବସବାସ କରୁଛନ୍ତି। ତେଣୁ ପୁଣି ଥରେ ବାଲୁଖଣ୍ଡ ଅଭୟାରଣ୍ୟକୁ କୃଷ୍ଣସାର ମୃଗଙ୍କ ମୁକ୍ତ ବିଚରଣର ଆଶ୍ରୟସ୍ଥଳୀ କରିବାକୁ ବନ ବିଭାଗ ପଦକ୍ଷେପ ନେଇଛି।
ଭୁବନେଶ୍ୱର ଚନ୍ଦକାରେ ସଫାରି ଆରମ୍ଭ ହୋଇଥିବାବେଳେ ଭରତପୁର ସଂରକ୍ଷିତ ଜଙ୍ଗଲରେ ନାଇଟ୍‌ ସଫାରି ମଧ୍ୟ ଚାଲୁଛି। ଅନ୍ୟପଟେ ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡ଼ିଶା ଏକ ସ୍ବତନ୍ତ୍ର ମେଲାନିଷ୍ଟିକ ଟାଇଗର ବା ବିରଳ କଳାବାଘ ସଫାରି ସ୍ଥାପନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

ବସ୍ତିରେ ଝାଡ଼ୁ ମାରିଲେ ଧର୍ମେନ୍ଦ୍ର: ବାଣ୍ଟିଲେ ସୁଖଦୁଃଖ

ଭୁବନେଶ୍ୱର,୫।୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବଛ ଭାରତ ଅଭିଯାନରେ ସଭିଏଁ ସାମିଲ ହେବାକୁ ଶନିବାର ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ବସ୍ତିରେ ଝାଡ଼ୁ ମାରିଛନ୍ତି।...

‘ସୁଭଦ୍ରା’ ଟଙ୍କାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌, ୭ ସୁଦ୍ଧା ଆବେଦନ କରିଥିଲେ…

ଭୁବନେଶ୍ୱର,୫।୧୦: ଆଉ ମାତ୍ର ୩ ଦିନ ପରେ ପୁଣି ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଦଶହରା ପୂର୍ବରୁ ମହିଳାମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି...

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri