ଭୁବନେଶ୍ୱର,୨୦।୧(ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବେ । ଏ ନେଇ ସେ ଜେଲ୍ ଭିତରେ ଫର୍ମ ଫିଲଅପ୍ କରିଛନ୍ତି। ଫର୍ମକୁ କ୍ୟାପିଟାଲ ଲ’ କଲେଜରେ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଦାଖଲ କରିଛନ୍ତି ।
ଛାତ୍ରୀଛାତ୍ର ଅର୍ଚ୍ଚନାଙ୍କ ସହ ଏକ କୋଠରିରେ ପରୀକ୍ଷା ଦେବାକୁ ରାଜି ନ ହେଲେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ପରୀକ୍ଷା ଦେବାପାଇଁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ବ୍ୟବସ୍ଥା କରାଯିବ । ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପ୍ରିନ୍ସିପାଲ ନନ୍ଦିନୀ ମିଶ୍ର କହିଛନ୍ତି ।