ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେଙ୍କ ଅମାନବୀୟ ଆଚରଣକୁ ନେଇ ଭାଜପା ଆନ୍ଦୋଳନ କରିବ । ସୋମବାର ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିବ ବୋଲି ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ସୋମବାର ସମଗ୍ର ରାଜ୍ୟରେ ଭାଜପା ସତ୍ୟାଗ୍ରହ କରିବ। ସମସ୍ତ ସହରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଓ ଜିଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳା ପଟି ବାନ୍ଧି ଏହି ସତ୍ୟା ଗ୍ରହ କରାଯିବ । ଫ୍ରାଷ୍ଟ ଟ୍ରାକ କୋର୍ଟ ମାଧ୍ୟମରେ ଏହାର ବିଚାର କରି ତୁରନ୍ତ ଦୋଷୀକୁ କଡ଼ା ଦଣ୍ଡ ଦେବାକୁ ଦଳ ଦାବି କରିବ । ଯେହେତୁ ବାଣପୁରରେ ବିଜେପି ଜିତିଲା, ତେଣୁ ଯୋଜନା ବଦ୍ଧ ଭାବେ ଏହି ଘଟଣା ଭିଆଯାଇଛି।

Share