ଭୁବନେଶ୍ୱର,୧୧।୧୦: ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଇ-ଯାନ ପ୍ରଚଳନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଏକ କର୍ମଶାଳାରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ୍କରୀ କହିଛନ୍ତି ଯେ, ଟେସ୍ଲାର ଇଲେକ୍ଟ୍ରିକ୍ କାରର ଉତ୍ପାଦନ (ପ୍ଲାଣ୍ଟ) ଖୁବ୍ଶୀଘ୍ର ଭାରତରେ ହେବାର ଆଶା ରହିଛି। ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲା ଭାରତରେ ତା’ର ଇଲେକ୍ଟ୍ରିକ୍ କାର ମଧ୍ୟ ଲଞ୍ଚ କରିବାର ଯୋଜନା ରହିଛି ବୋଲି ଗଡ୍କରୀ ସୂଚନା ଦେଇଛନ୍ତି।