Categories: ଜାତୀୟ

ବିଶ୍ୱବିଦ୍ୟାଳୟ ନାମଲେଖାରେ ହେବ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ !

ନୂଆଦିଲ୍ଲୀ,୨୬।୧୨: ଏଣିକି ବିଶ୍ୱବିଦ୍ୟାଳୟ ନାମଲେଖା ସମୟରେ ଶିକ୍ଷାର୍ଥୀଙ୍କ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ କରାଯିବ। ଫଳରେ କଟ୍‌ଅଫ୍‌ ମାର୍କ ନେଇ ଶିକ୍ଷାର୍ଥୀଙ୍କ ଉପରେ ବୃଦ୍ଧି ପାଉଥିବା ଚାପରୁ ମୁକ୍ତି ମିଳିପାରିବ। ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ କମନ ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌ ଲାଗୁ କରାଯିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହେବା ସହିତ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। କମିଟି ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌ରସ୍ତର ଏବଂ ପାଟର୍ନ ପ୍ରସ୍ତୁତ କରିବେ। ୨୦୨୧-୨୨ ଶିକ୍ଷାବର୍ଷଠାରୁ ଏହାକୁ ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଥିବା କୁହାଯାଉଛି।

Share