ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗୁରୁବାର ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ଏତେମାତ୍ରାରେ କୁହୁଡ଼ି ପଡ଼ିଥିଲା କି ପାଖ ଲୋକଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ୫୦ ମିଟର ତଳେ ଭିଜିବିଲିଟି ରେକର୍ଡ କରାଯାଇଛି। ସକାଳ ୬ଟାରେ ଦିଲ୍ଲୀର ଆଇଟଓ, କଶ୍ମୀର ଗେଟ୍, ଅକ୍ଷରଧାମ ସମତେ ଯମୁନା ସହିତ ଲାଗିଥିବା ଅଞ୍ଚଳରେ ପ୍ରବଳ କୁହୁଡ଼ି ଆଚ୍ଛାଦିତ ହୋଇଥିଲା। ଏହି କାରଣରୁ ଗାଡ଼ିମୋଟର ଗତି ମଧ୍ୟ ମନ୍ଥର ହୋଇଯାଇଥିଲା। ଏପରି ପାଗ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।