Categories: ଜାତୀୟ

ଆସିବ ଆଉ ଏକ କୋଭିଡ ଟିକା

ନୂଆଦିଲ୍ଲୀ,୩୦।୧: ଭାରତ ପୂର୍ବରୁ ୨ଟି କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ବାହାର କରି ଡିସେମ୍ବର ୧୬ ତାରିଖରେ ଟିକାକରଣ ଅଭିଯାନ ଆରମ୍ଭ କରିଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା ଘୋଷଣା କରିଛନ୍ତି ଯେ, କମ୍ପାନୀ ଚଳିତ ବର୍ଷ ଜୁନ ମାସରେ ଦ୍ବିତୀୟ କରୋନା ଟିକା ବାହାର କରିବାକୁ ଯାଉଛି। ଏହାକୁ ଅନୁମୋଦନ ମିଳିଲେ ଭାରତରେ ଏହା ହେବ ତୃତୀୟ କୋଭିଡ ଟିକା। ପୁନାୱାଲା ଟ୍ବିଟ କରି ନୋଭାଭାକ୍ସ ସହ ହୋଇଥିବା ସହଭାଗିତା ଚୁକ୍ତିରେ ଉତ୍ତମ ଫଳ ମିଳିଥିବା ଉଲ୍ଳେଖ କରିଛନ୍ତି। ଭାରତରେ ଏହାର ଟ୍ରାଏଲ ପାଇଁ ଆବେଦନ କରିଛୁ। ଆଶା ଅଛି, ୨୦୨୧ ଜୁନ ସୁଦ୍ଧା ଏହା ବ୍ୟବହାର ଲାଗି ଉପଲବ୍ଧ ହୋଇପାରିବ।

Share