ପଥଚାରୀଙ୍କ ପାଇଁ ରାଜ୍ୟ, ଜାତୀୟ ରାଜପଥରେ ହେବ ସ୍ବତନ୍ତ୍ର ଟ୍ରାକ୍‌

ଭୁବନେଶ୍ବର,୧୬ା୯(ବ୍ୟୁରୋ):ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ବତନ୍ତ୍ର ଟ୍ରାକ୍‌, ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରାକ୍‌ ରହିବ। ହେଲେ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡ଼କରେ ଏଭଳି ଡିଜାଇନ ରହିବ। ଦୁର୍ଘଟଣା ରୋକିବା ଲାଗି ପରିବହନ ବିଭାଗ ରାଜ୍ୟ ମୋଟର ଭେଇକିଲ୍‌ ଆକ୍ଟ ୧୯୯୩ରେ ସଂଶୋଧନକରି ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି। ସେଥିପାଇଁ ବିଭାଗ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିଛି। ଜାତୀୟ ଓ ରାଜ୍ୟ ରାଜପଥରେ ପଥଚାରୀ ଏବଂ ସାଇକେଲ ଚାଳକ ଯାଉଥିବାରୁ ଅଧିକାଂଶ ସମୟରେ ଭିଡ଼ ହେଉଛି। ଏହାଛଡ଼ା ଯାନବାହନର ଦ୍ରୁତଗତି ଯୋଗୁ ପଥଚାରୀ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହାକୁ ରୋକିବା ଲାଗି ପରିବହନ ବିଭାଗ ଡ୍ରାଫ୍ଟ ପଲିସି ପ୍ରସ୍ତୁତକରି ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ପାଖକୁ ମତାମତ ପାଇଁ ପଠାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଯେଉଁସବୁ ସ୍ଥାନରେ ନୂଆ ରାସ୍ତା ହେବ, ସେଠାରେ ଠିକାଦାର ପଥଚାରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ କରିବେ। ଡିଜାଇନରେ ରାସ୍ତା ତିଆରି କରିବେ, ନଚେତ୍‌ ପ୍ରକଳ୍ପ ମୂଲ୍ୟର ଏକ ପ୍ରତିଶତକୁ ଫାଇନ ଆକାରରେ କଟାଯାଇ ରୋଡ୍‌ ସେଫ୍‌ଟି ଫଣ୍ଡରେ ଜମା କରାଯିବ ବୋଲି ଡ୍ରାଫ୍ଟ ପଲିସିରେ କୁହାଯାଇଛି। ସେହିପରି ଜାତୀୟ ରାଜପଥରେ ପ୍ରତି ୨ କିଲୋମିଟର ବ୍ୟବଧାନରେ ପଥଚାରୀ ରାସ୍ତା ପାରହେବା ଲାଗି ଫୁଟ୍‌ ଓଭରବ୍ରିଜ୍‌, ସବ୍‌ଓ୍ବେ ଓ କ୍ରସ୍‌ ୱେର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଭଳି ଯୋଜନାକୁ ସଡ଼କ ସୁରକ୍ଷା କର୍ମୀ ସ୍ବାଗତ କରିଥିବା ବେଳେ ରାସ୍ତାକଡ଼ରେ ଜବରଦଖଲ ଉଚ୍ଛେଦ ବଡ଼ ଚାଲେଞ୍ଜ ହେବ ବୋଲି ମତ ରଖିଛନ୍ତି। ତେବେ ଏ ନେଇ ପରିବହନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ। ରାଜ୍ୟର ପ୍ରତି ସ୍ଥାନରେ ସଡ଼କ ପରିବହନଜନିତ ତ୍ରୁଟି ପାଇଁ ଅକାଳରେ ହଜାର ହଜାର ଲୋକଙ୍କ ଦୁର୍ଘଟଣାରେ ପ୍ରାଣ ଯାଉଛି। କେଉଁଠି ରାସ୍ତା ଉପରେ ପାର୍କିଂ ତ ଆଉ କେଉଁଠି ସାଇକେଲ ଟ୍ରାକ୍‌ରେ ବାଇକ୍‌ ଗଡୁଛି। ରଙ୍ଗ୍‌ ଡ୍ରାଇଭ୍‌ ମଧ୍ୟ ପ୍ରାଣଘାତୀ ସାବ୍ୟସ୍ତ ହେଉଛି। ରାଜ୍ୟରେ ଯଥେଷ୍ଟ ଫୁଟ୍‌ ଓଭର ବ୍ରିଜ୍‌ ଯଦିଓ ନାହିଁ, ଯେଉଁସବୁ ସ୍ଥାନରେ ଅଛି ସେଠାରେ ଲୋକ ସେତେଟା ବ୍ୟବହାର କରୁନାହାନ୍ତି। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ୍‌ ମଧ୍ୟ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬ା୧୦: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ...

ବିଜେଡି ନେତାଙ୍କୁ ଝଟ୍‌କା: ୨୪ କୋଟି ୨୧ ଲକ୍ଷ ଫାଇନ୍‌ ପକାଇଲେ…

ନୟାଗଡ଼,୬।୧୦(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଭାପୁର ତହସିଲ ନିମାଣି ଗାଁସ୍ଥିତ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ...

ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri