ପରୀକ୍ଷା ହେବ, ପ୍ରସ୍ତୁତ ରୁହ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୨୪।୧(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ଧିରେ ଧିରେ କମୁଛି। ତେବେ ଏହାରି ଭିତରେ ଦଶମ ଓ ଦ୍ବାଦଶ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଯେହେତୁ ଏବେ ରାଜ୍ୟରେ ତଳମୁହାଁ ହେଉଛି, ତେଣୁ ପରୀକ୍ଷା କରିବାକୁ କୌଣସି ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ‘ତେବେ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ। ବିଶେଷ ପରିସ୍ଥିତିରେ ହୁଏତ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ। କିନ୍ତୁ ବର୍ତ୍ତମାନ ସ୍ଥିତି ଦେଖିଲେ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି।’

Share