ଟାଙ୍ଗର ପଡ଼ିଆରେ ହେବ ଖଣି ଅଞ୍ଚଳର ଟ୍ରକ୍‌ ପାର୍କିଂ

କାଳିଆପାଣି,୨୪ା୮(ଡି.ଏନ.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ପାଇଁ ଆସୁଥିବା ଟ୍ରକ୍‌ଗୁଡ଼ିକ ପାଇଁ ଟାଙ୍ଗର ପଡ଼ିଆରେ ହେବ ପାର୍କିଂ ବ୍ୟବସ୍ଥା। ଟ୍ରାଫିକ ସମସ୍ୟା ଦୂର କରିବା ସହ ଟ୍ରକ୍‌ଗୁଡ଼ିକୁ ଶୃଙ୍ଖଳିତ ଭାବେ ପରିବହନ ସୁବିଧା ଦେବା ପାଇଁ ସ୍ଥାନୀୟ କୁସୁମୁଣ୍ଡିଆଠାରେ ଥିବା ଟାଙ୍ଗର ପଡ଼ିଆକୁ ଚିହ୍ନଟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼େଇ ଓ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମଙ୍ଗଳବାର ଖଣି ଅଞ୍ଚଳ ଗସ୍ତ କରି ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଖଣି ଅଞ୍ଚଳରରେ କାର୍ଯ୍ୟ କରୁଥିବା ସମସ୍ତ ଖଣିର ପ୍ରତିଦିନ ଦରକାର ହେଉଥିବା ଟ୍ରକ୍‌ଗୁଡ଼ିକ ସେହି ସ୍ଥାନରୁ ବିଭିନ୍ନ ଖଣିକୁ ପଠାଯିବ ବୋଲି ଜଣାପଡ଼ିଛି। ଏଥିରେ ଫାଷ୍ଟ କମ ଫାଷ୍ଟ ଲୋଡ୍‌ ଅନୁଯାୟୀ ଲୋଡିଂ ସୁବିଧା ଦିଆଯିବ। ଏହି ଗସ୍ତ ସମୟରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର, ଅତିରିକ୍ତ ଏସ୍‌ପି ସିଲଭେରିୟସ ଟୋପ, ସୁକିନ୍ଦା ତହସିଲଦାର ନାରାୟଣ ଦୀକ୍ଷିତଙ୍କ ସହ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧୀର ଉପସ୍ଥିତ ଥିଲେ।

Share