ଭୁବନେଶ୍ୱର,୩୧।୫(ବ୍ୟୁରୋ): ଚଳିତ ବର୍ଷ ଜୁନ ମାସରେ ରାଜ୍ୟରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଇଏମ୍ଡ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନ ମାସରେ ସମଗ୍ର ଦେଶରେ ବର୍ଷା ସ୍ବାଭାବିକ ରହିବ। ବିଶେଷତଃ ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ବାଭାବିକ ଓ ସ୍ବାଭିବକଠାରୁ ଅଧିକ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇପାରେ। ସେହିପରି ତାମିଲନା କେରଳ ଓ କର୍ଣ୍ଣାଟକାର ଦକ୍ଷିଣ ଭାଗରେ ଜୁନ୍ ମାସରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଡ଼ିଶାରେ ଜୁନ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହା ଚାଷୀଙ୍କ ପାଇଁ ଏକ ଖୁସି ଖବର।