Categories: ଜାତୀୟ

ଜୁଲାଇ ଶେଷ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ !

ନୂଆଦିଲ୍ଲୀ,୩।୭: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରି ଯାଇଥିବା ବେଳେ ଏବେ ଏହା ଚିନ୍ତା ବଢାଇଛି। ଏହାକୁ ନେଇ କିଛି ଗାଣିତିକ ଆକଳନ ମଧ୍ୟ ସତ ହେବାରେ ଲାଗିଛି। ଦୁଇ ସପ୍ତାହ ପୂର୍ବରୁ କରାଯାଇଥିବା ଏକ ଆକଳନରେ କୁହାଯାଇଥିଲା କି ଜୁଲାଇ ପ୍ରଥମ ସପ୍ତାହରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିପାରେ। ଆଉ ଏବେ ଏହା ସତ ପ୍ରମାଣିତ ହୋଇଛି। ଏବେ ଏହାକୁ ଦେଖି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି କି ଜୁଲାଇ ମାସ ଶେଷ ବେଳକୁ ଅର୍ଥାତ୍‌ ୨୨ ଜୁଲାଇ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବ। ଏହାର ମୁଖ୍ୟ କାରଣ ହେଉଛି ଦୁଇଗୁଣା ସଂକ୍ରମଣ। ଏବେ ଦେଶରେ କରୋନା ଭାଇରସକୁ ୫ ମାସ ପୂରଣ ହୋଇ ସାରିଛି। ପ୍ରଥମଥର ଲାଗି ଜୁନ୍‌ ମାସରେ ପାଖାପାଖି ୩.୬୦ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେଣୁ ବିଶେଷଜ୍ଞମାନେ ଆରମ୍ଭରୁ ହିଁ ଆକଳନ କରିଥିଲେ କି ଜୁଲାଇ ମାସରେ କରୋନା ସର୍ବୋଚ୍ଚ ସ୍ତରକୁ ଯାଇପାରେ। ତେବେ ଜୁଲାଇ ଶେଷ ବେଳକୁ ଏହା ହୋଇପାରେ ବୋଲି କୁହାଯାଇଛି। ଅର୍ଥାତ୍‌ ଜୁଲାଇ ଶେଷ ବେଳକୁ ୫ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବ ବୋଲି ଅନୁମାନ କରାଯାଉଛି। କେରଳର ଡାଟାର ଏକ୍ସପର୍ଟ ଜେମ୍ସ ଓ୍ବଲସନ କହିଛନ୍ତି ଜୁଲାଇ ୨ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିବା ସହ ଜୁଲାଇ ୮ ସୁଦ୍ଧା ଏହା ୭ ଲକ୍ଷ ହୋଇପାରେ। ଯୋଧପୁର ଆଇଆଇଟିର ପୂର୍ବତନ ପ୍ରଫେସର ରିଜୋ ଏମ୍‌ ଜନ୍‌ କହିଛନ୍ତି କରୋନା ସଂକ୍ରମଣ ଆରମ୍ଭରୁ ହିଁ ସେ ଗାଣିତିକ ମଡେଲ ଉପରେ କାମ କରୁଛନ୍ତି। ତେଣୁ ଜୁଲାଇ ୧ ସୁଦ୍ଧା ଯାହା ଅନୁମାନ କରାଯାଇଥିଲା ଏବେ ତାହା ସହ ପ୍ରମାଣିତ ହୋଇଛି।

Share