‘ପ୍ରତି ଜିଲାରେ ହେବ ଏମ୍‌ଏସ୍‌ଏମ୍‌ଇ ପାର୍କ’

ଭୁବନେଶ୍ୱର,୨୯।୮: ରାଜ୍ୟରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ) ସ୍ଥାପନ ନିମନ୍ତେ ଥିବା ଭିତ୍ତିଭୂମିକୁ ଆଧାର କରି ଓଡ଼ିଶା ସରକାର ପ୍ରତି ଜିଲାରେ ଏମ୍‌ଏସ୍‌ଏମ୍‌ଇ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ପ୍ରୋପ୍ୟାକ ଓଡ଼ିଶା-୨୦୨୨ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏଭଳି କିଛି ମତବ୍ୟକ୍ତ କରିଛନ୍ତି। ସେହିଭଳି ଆମେ ରାଜ୍ୟର ପ୍ରତ୍ୟେକ ଜିଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛୁ ଏବଂ ସେଥିପାଇଁ ଆବଶ୍ୟକ ଜମି, ଜଳ ଓ ବିଦ୍ୟୁତ ସମେତ ବିଭିନ୍ନ ଭିତ୍ତିଭୂମିର ସହାୟତା ଯୋଗାଇ ଦେବା ନିମନ୍ତେ ଇଡକୋକୁ ୪୫୦ କୋଟି ଟଙ୍କାରୁ ଅଧିକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ଗତ ୩ ବର୍ଷ ହେବ ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ଅତ୍ୟନ୍ତ ସକ୍ରିୟ ରହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ) ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ମହାମାରୀ ପୂର୍ବରୁ ଓ ପରେ ବିଶେଷ କରି ୨୦୧୭ ପରଠାରୁ ରାଜ୍ୟ ସରକାର ଅହେତୁକ ଭାବେ ଶିଳ୍ପାୟନକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଓଡ଼ିଶାର ଅଧିକାଂଶ ଲୋକ ଚାକିରି କିମ୍ବା କୃଷି ଉପରେ ନିର୍ଭର କରନ୍ତି। ଉପଯୁକ୍ତ ଭିତ୍ତିଭୂମିର ଅଭାବ ଓ ଶିଳ୍ପକୁ ନେଇ ମନୋଭାବର ଅଭାବ କାରଣରୁ ପୂର୍ବର ସରକାରମାନେ ଶିଳ୍ପାୟନରେ ଅନେକ ଥର ବିଫଳ ହୋଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳ ଭିତରେ (ପ୍ରଥମ ୧୫ବର୍ଷରେ) ଏହି ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା। ଅପରପକ୍ଷରେ ବିଶାଲ୍‌ ଦେବ୍‌, ରାଜ୍ୟ ଅର୍ଥ ବିଭାଗର ମୁଖ୍ୟ ସଚିବ, କହିଛନ୍ତି,ଏମ୍‌ଏସ୍‌ଏମଇ ପାଇଁ ବ୍ୟାଙ୍କଗୁଡ଼ିକ ଆର୍ଥିକ ଉପଲବ୍ଧତା ନିଶ୍ଚିତ କରିବା ଆବଶ୍ୟକ ରହିଛି। ଶିଳ୍ପ ସଂଗଠନ ସହ ସହଯୋଗ ବଜାୟ ରଖିବାକୁ ଓଡ଼ିଶା ସରକାର ଯୋଜନା ରଖିଛନ୍ତି। ଆମେ ଏମଏସଏମଇର ଆର୍ଥତ୍କ ବିକାଶକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଥାଉ କିନ୍ତୁ ଅଧିକାଂଶ ସମୟରେ ଶିଳ୍ପ ସଂସ୍ଥା ଗୁଡି଼କ ପ୍ରାୟତଃ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଆମ୍ଭେମାନେ ବ୍ୟାଙ୍କଗୁଡ଼ିକ ସହ ଏ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛୁ ଏବଂ ସେମାନଙ୍କ ପାଇଁ ଅର୍ଥର ଉପଲବ୍ଧତା ନିଶ୍ଚିତ କରିବାକୁ ମଧ୍ୟ କହିଛୁ। ଏହା ବ୍ୟତୀତ ସରକାର ଅଧିକାଂଶ ସମୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଅନ୍ୟ ବ୍ୟାଙ୍କ ଏବଂ ଅନ୍ୟ ବାଣିଜି୍ୟକ ପ୍ଲାଟଫର୍ମ ସହ କର୍ମଶାଳାମାନ ଆୟୋଜନ କରିଆସୁଛନ୍ତି। ଓଡ଼ିଶା ଆସେମ୍ବଲି ଫର ସ୍ମଲ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌ (ଓସମି)ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରର ଜନତା ମଇଦାନଠାରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ପ୍ରୋପ୍ୟାକ୍‌ ଓଡ଼ିଶା ଏବଂ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୨ ଶନିବାର ଉଦଯାପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓରମାସ ସହ ୫ଟି କମ୍ପାନୀ ପ୍ୟାକେଜିଂ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଉଦଯାପନୀ ସମାରୋହରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ କେନ୍ଦ୍ର ଏମଏସଏମଇ-ଡିଏଫଓ,ଏଚଓଓ ଏବଂ ଯୁଗ୍ମ ନିର୍ଦେଶକ ପି.କେ. ଗୁପ୍ତା, ରାଜ୍ୟ ଏମଏସଏମଇ ବିଭାଗୀୟ ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାଶ, ଓସମିର ମହାସଚିବ ସାତ୍ତ୍ୱିକ ସ୍ବାଇଁଙ୍କ ସମେତ ସଂଘର ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ଓସମିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଶରତ କୁମାର ସାହୁ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri