ଚଳିତ ବର୍ଷ ହେବ ନାହିଁ ‘ଆଟ ହୋମ’ ସେଲିବ୍ରେସନ

ଭୁବନେଶ୍ୱର,୨୪।୭(ବ୍ୟୁରୋ)-ମହାମାରୀ କରୋନା ପାଇଁ ଚଳିତବର୍ଷ ରାଜଭବନରେ ହେବ ନାହିଁ ଆଟ୍‌ହୋମ ପାର୍ଟି। କରୋନା ପାଇଁ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ରାଜ୍ୟର ଏଭଳି ଦୁଃଖଦ ସମୟରେ ଆଟ ହୋମ ସେଲିବ୍ରେସନ ନ କରିବାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ପ୍ରତିବର୍ଷ ଅଗଷ୍ଟ ୧୫ରେ ଆୟୋଜିତ ହେଉଥିବା ଆଟ ହୋମ ସମାରୋହ କରୋନା ପାଇଁ ଚଳିତ ବର୍ଷ ପାଳନ କରାଯିବ ନାହିଁ।

 
 
Share