ରହିବନି ଆଖି ତଳ କଳାଦାଗ

ଟି ବ୍ୟାଗ୍‌: ଟି ବ୍ୟାଗ୍‌କୁ ପାଣିରେ ବୁଡ଼ାଇ କିଛି ସମୟ ଫ୍ରିଜ୍‌ରେ ରଖିଦିଅନ୍ତୁ। ଏହାକୁ ବାହାରକରି ଆଖିତଳେ ଲଗାଇ ୧୦-୧୫ ମିନିଟ୍‌ ରଖନ୍ତୁ। କିଛିଦିନ ଏପରି କଲେ ଆଖିତଳ କଳାଦାଗ ଦୂରହେବ।

ଆଳୁ ଏବଂ କାକୁଡ଼ି: କଞ୍ଚା ଆଳୁ କିମ୍ବା କାକୁଡ଼ିକୁ ପତଳା ପତଳା କରି କାଟି ଆଖି ଉପରେ ଲଗାନ୍ତୁ ଯେପରି କଳାଦାଗ ଉପରେ ଏହା ରହୁଥିବ। ନଚେତ୍‌ ଆପଣ ଚାହିଁଲେ ଏହାକୁ ଭଲଭାବେ କୋରି ରସ ବାହାର କରିପାରିବେ। ଏକ ତୁଳା ସାହାଯ୍ୟରେ ଏହି ରସକୁ ଆଖି ତଳେ ଭଲ ଭାବେ ଲଗାଇ ଦିଅନ୍ତୁ। ୫-୧୦ ମିନିଟ୍‌ ପରେ ପାଣିରେ ମୁହଁ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ ଆଖିତଳ କଳାଦାଗ ଦୂରହେବା ସହ ଖରାଦିନେ ହେଉଥିବା ଟ୍ୟାନିଂ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଆଲୋଭେରା: ଏହା ଏକ ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରିଥାଏ। ଏହାର ଜେଲ୍‌ ବାହାରକରି ଆଖି ତଳେ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ୫-୭ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରିବା ସହ ଡାର୍କ ସର୍କଲ, ରିଙ୍କଲ୍‌ ମାର୍କ, ଏଜ୍‌ଲାଇନ୍‌ ଆଦି ଦୂରକରିବାରେ ସାହାଯ୍ୟ କରିଥାଏ।

ଆଲମଣ୍ଡ ତେଲ, ଲେମ୍ବୁରସ: ଏହି ପାତ୍ରରେ ଅଳ୍ପ ଆଲମଣ୍ଡ ତେଲ ନେଇ ସେଥିରେ ୪-୫ ବୁନ୍ଦା ଲେମ୍ବୁରସ ମିଶାଇ ଧୀରେ ଧୀରେ ଆଖି ତଳେ ମସାଜ କରନ୍ତୁ। ଆଖିତଳ ଫୁଲା, କଳାଦାଗ ଆଦି ଦୂର କରିବାରେ ସାହାଯ୍ୟ କରେ।

ଜୀବନଶୈଳୀ: ସୁଷମ ଖାଦ୍ୟ ଖାଆନ୍ତୁ, ଦିନକୁ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ। ଅତି କମ୍‌ରେ ଅଧଘଣ୍ଟା ଯୋଗ, ପ୍ରାଣାୟମ କଲେ ଅଧିକ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ...

ସକ୍ରିୟ ରହିବ ହୃତ୍‌ପିଣ୍ଡ

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଏକ ପ୍ରମୁଖ ତଥା ଦରକାରୀ ଅଙ୍ଗ। ଦୈନନ୍ଦିନ ଜୀବନରେ ଏହା ସୁସ୍ଥ ରହିଲେ ଆମେ ନୀରୋଗ ରହିବା। ତେବେ...

ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା

ବର୍ତ୍ତମାନ କମ୍ପ୍ୟୁଟର ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିପାରୁଛି। ଜଣଙ୍କ ପ୍ରତିବିମ୍ବକୁ ଚିହ୍ନି ପାରୁଛି ଏବଂ ଯଥାସମ୍ଭବ ବାର୍ତ୍ତାଳାପ ମଧ୍ୟ କରିପାରୁଛି। ଏହା ମେଶିନ...

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri