ଢିଙ୍କିଆରେ ବୁଥ୍‌ ହେବନି

କୁଜଙ୍ଗ,୧୧ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପାଇଁ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗାଁରେ କୌଣସି ବୁଥ୍‌ ହେବ ନାହିିଁ। ଏହି ଗାଁର ୬ଟି ବୁଥ୍‌କୁ ଅନ୍ୟ ଗାଁରେ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ପାଟଣା ଗାଁର ୧୩, ୧୪, ୧୫ ନଂ. ୱାର୍ଡ, ତ୍ରିଲୋଚନପୁର ୧୦, ୧୨ ନଂ. ୱାର୍ଡ ଏବଂ ମାହାଳରେ ୧୧ନଂ. ଓ୍ବାର୍ଡରେ ଏସବୁ ବୁଥ୍‌ କରାଯାଇଛି ବୋଲି ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା କହିଛନ୍ତି। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଢିଙ୍କିଆ ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଏଠାରେ ବୁଥ୍‌ ନ କରିବାକୁ ନିର୍ବାଚନ କମିଶନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ୨୦୧୯ ଜୁଲାଇରେ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ଆସନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା। ୨୦୨୪ ଜୁଲାଇ ପର୍ଯ୍ୟନ୍ତ ଏଠାରେ ଉଭୟ ପଦବୀ ନିମନ୍ତେ ସମୟସୀମା ଥିବାରୁ ଚଳିତ ନିର୍ବାଚନରେ କେବଳ ଜିଲା ପରିଷଦ ଓ ସମିତି ସଭ୍ୟ ଆସନ ନିମନ୍ତେ ନିର୍ବାଚନ ହେବ ବୋଲି ବିଡିଓ ବେହେରା କହିଛନ୍ତି।

Share