Categories: ଜାତୀୟ

ଓ୍ବାଘା ବର୍ଡରରେ ସାଧାରଣତନ୍ତ୍ର ଦିବସରେ ହେବନି କୌଣସି ସମାରୋହ

ନୂଆଦିଲ୍ଲୀ,୧୮।୧: କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ-ପାକ୍‌ ଓ୍ବାଘା ଅଟ୍ଟାରୀ ସୀମାରେ କୌଣସି ମିଳିତ ପରେଡ(ବିଟିଂ ରିଟ୍ରିଟ) ସମାରୋହର ଆୟୋଜନ ହେବ ନାହିଁ। ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତ-ପାକ୍‌ ଓ୍ବାଘା ଅଟ୍ଟାରୀ ସୀମାରେ ଉଭୟ ଦେଶର ସେନା ପକ୍ଷରୁ ମିଳିତ ପରେଡ୍‌ ଆୟୋଜନ ହୋଇଥାଏ। ଉଭୟ ପାର୍ଶ୍ୱରୁ ଏହାକୁ ଦର୍ଶକମାନେ ଦେଖିଥାଆନ୍ତି। ତେବେ କୋଭିଡ୍‌-୧୯ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଭାରତ ନିଜ କାର୍ଯ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ ଓ ଅବତରଣ କରିବ ବୋଲି ସୀମା ସୁରକ୍ଷା ବଳ(ବିଏସ୍‌ଏଫ)ର ଜଣେ ଅଧିକାରୀ କହିଛନ୍ତି। ଜନସାଧାରଣଙ୍କୁ ସେଠାକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ। ସୂଚନାଯୋଗ୍ୟ, ମାର୍ଚ୍ଚ ୭ରୁ ଅଟ୍ଟାରୀ ସୀମାକୁ ଯିବା ପାଇଁ ଜନସାଧାରଣଙ୍କୁ ଅନୁମତି ଦିଆଯାଉନାହିଁ।

Share