ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କ ସ୍କଲାରଶିପ୍‌ରେ ହେବନାହିଁ କୌଣସି ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କ ପୋଷ୍ଟ ମାଟ୍ରିକ୍‌ ସ୍କଲାରଶିପ୍‌ରେ କୌଣସି ପରିବର୍ତ୍ତନ ହେବ ନାହିଁ। ଛାତ୍ରୀଛାତ୍ର ପ୍ରଚଳିତ ହାରରେ ସ୍କଲାରଶିପ୍‌ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏସ୍‌ସି, ଏସ୍‌ଟି ଉନ୍ନୟନ ବିଭାଗ ଦ୍ୱାରା ଏ ସମ୍ପର୍କରେ ପ୍ରକାଶିତ ରେଜୁଲେଶନକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ସହ ଏ ସମ୍ପର୍କିତ ଫାଇଲ୍‌ଟିକୁ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି।

Share