Categories: ଜାତୀୟ

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ହେବ ନାହିଁ ପରୀକ୍ଷା: ଆସାଇନମେଣ୍ଟ ଆଧାରରେ ହେବ ପ୍ରମୋଶନ

ନୂଆଦିଲ୍ଲୀ,୨୫ ।୨: ରାଜଧାନୀ ଦିଲ୍ଲୀର ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ପଢୁଥିବା ତୃତୀରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ଚଳିତ ବର୍ଷ ପରୀକ୍ଷା କରାଯିବ ନାହିଁ । ଏମାନଙ୍କୁ ‘ନୋ ଡିଟେନଶନ ପଲିସି’ ଆଧାରରେ ଉପର କ୍ଲାସକୁ ପ୍ରମୋଶନ ଦିଆଯିବ । ବାର୍ଷିକ ପରୀକ୍ଷା ବଦଳରେ ଏମାନଙ୍କ ମୂଲ୍ୟାୟନ ଆଶାଇନମେଣ୍ଟ ଓ ୱର୍କସିଟ୍ ଆଧାରରେ କରାଯିବ । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ପାଖାପାଖି ୧ବର୍ଷ ହେବ ସ୍କୁଲ ବନ୍ଦ ରହିଛି । ୨୦୨୦ରେ ବି ପିଲାମାନଙ୍କ ଏହିଭଳି ଭାବେ ପ୍ରମୋଶନ ଦିଆଯାଇଥିଲା । ଶିକ୍ଷା ନିର୍ଦ୍ଦେଶାଳୟ ବି ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।

 

Share