ନୂଆଦିଲ୍ଲୀ,୩୧।୩: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଦିଲ୍ଲୀରେ ମଧ୍ୟ କରୋନା ମାମଲା ପୂର୍ବାପେକ୍ଷା କମ୍ ରହିଛି। ଫଳରେ ରାଜ୍ୟସରକାର କରୋନା କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ)ର ବୈଠକରେ ମେଟ୍ରୋ ଟ୍ରେନ୍ କିମ୍ବା ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସାର୍ବଜନୀନ ସ୍ଥାନରେ ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା ଜରିମାନା ଆଦାୟ କରାଯାଉଥିବା ବେଳେ ବର୍ତ୍ତମାନ କିନ୍ତୁ ଏହି କଟକଣାକୁ ହଟାଇଦିଆଯାଇଛି। ଏଣିକି ଲୋକମାନେ ମାସ୍କ ନ ପିନ୍ଧିଲେ ବି ସେମାନଙ୍କ ଉପରେ ଜରିମାନା ଲଗାଯିବ ନାହିଁ ବୋଲି ଡିଡିଏମ୍ଏ ପକ୍ଷରୁ କୁହାଯାଇଛି।