ନୀଳାଦ୍ରି ବିଜେରେ ହେବନି ଆତସବାଜି

ପୁରୀ,୧୯।୭: ଆଜି ନୀଳାଦ୍ରି ବିଜେ, ଏହି ଦିନକୁ ରସଗୋଲା ଦିବସ ମଧ୍ୟ କୁହାଯାଏ ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ୍‌ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧାମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହା ସହ ସାରା ବିଶ୍ୱରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସକୁ ପାଳନ କରାଯାଏ । ଏହି ଅବସରରେ ସାଲେପୁରରୁ ପୁରୀ ଅଭିମୁଖେ ଯାଉଛି ରସଗୋଲା । ଏକ ବସ ଯୋଗେ ରସଗୋଲା ଭୋଗ ନିଆଯାଉଛି । ସାଲେପୁର ପ୍ରସିିଦ୍ଧ ବିକଳାନନ୍ଦ କର ରସଗୋଲା ପୁରୀ ପଠାଯାଇଛି। ଅନ୍ୟପକ୍ଷେ ନବ ଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ଶ୍ରୀଜିଉ ଫେରିବେ । ଏହି ସମୟରେ ଆତସବାଜି ହେବନି। ଏ ନେଇ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି । କେବଳ ଝୁରୁଝୁରି ବାଣ ପାଇଁ ଅନୁମତି ଦିଆଯାଇଛି । ତେବେ ଝୁରୁଝୁରି ଫୁଟିବା ବେଳେ ମଧ୍ୟ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହିବେ ।

Share