କଟକ ଅଫିସ,୧୯ା୭-କରୋନା ମହାମାରୀ ଦୃଷ୍ଟିରୁ କଟକରେ ଚଳିତବର୍ଷ ଗଣେଶ ପୂଜା ହେବନାହିଁ। କୌଣସି କ୍ଲବ ପୂଜାକୁ ନେଇ ବଡ଼ଧରଣର ଆୟୋଜନ କରିବେ ନାହିଁ। ଥାନାଗୁଡ଼ିକ ନିଜ ଅଞ୍ଚଳର କ୍ଲବ ସଦସ୍ୟଙ୍କୁ ଡାକି ଏ ଦିଗରେ ଅବଗତ କରାଇବ। କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂ, କଟକ ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।